ସମ୍ବଲପୁର : ପ୍ରଥମେ ସମ୍ବଲପୁର ପୌର ପରିଷଦ ଓ ବର୍ତ୍ତମାନ ମହାନଗର ନିଗମରେ ବିଗତ ଅନେକ ଦଶନ୍ଧି ଧରି ସେବାକାର୍ଯ୍ୟ ଯୋଗାଇ ଆସୁଥିବା ବାଲ୍ମିକୀ ସମାଜର ଲୋକେ ସମ୍ବଲପୁର ମୁଦିପଡା ଅଞ୍ଚଳରେ ବସବାସ କରି ଆସୁଛନ୍ତି । ସେମାନେ ଠେଲକୋପଡା ଓ ଏହାର ଆଖପାଖ ଅଞ୍ଚଳରେ ରହି ପିଢ଼ି ପରେ ପିଢ଼ି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ ସହିତ ସମ୍ବଲପୁରବାସୀଙ୍କୁ ସେବା ଯୋଗାଇ ଆସିଛନ୍ତି । ରାଜ୍ୟର ସର୍ବପୁରାତନ ସହର ସମ୍ବଲପୁରରେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇ ଆସୁଥୁଲେ ସୁଦ୍ଧା ଆଜି ବି ସେମାନେ ସାମାନ୍ୟ ମୌଳିକ ଅଧିକାର ରୁ ବଞ୍ଚିତ । ଏହି ଅଞ୍ଚଳବାସୀଙ୍କ ବର୍ତ୍ତମାନ ବଡ ସମସ୍ୟା ହେଲା ସେମାନଙ୍କ ସାମାଜିକ କାର୍ଯ୍ୟକ୍ରମ ପାଇଁ ସ୍ଥାନର ନିତ୍ୟାନ୍ତ ଅଭାବ । ସେମାନଙ୍କ ବିବାହ, ଶୁଦ୍ଧିକ୍ରିୟା, ସାମାଜିକ ସାଂସ୍କୃତିକ ଓ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ସ୍ଥାନ ଟିଏ ନାହିଁ । ବାଧ୍ୟ ହୋଇ ସାର୍ବଜନିକ ରାସ୍ତାକୁ ଅବରୋଧ କରି କାର୍ଯ୍ୟକ୍ରମ ସମ୍ପାଦନ କଲା ସମୟରେ ସେମାନେ ଉଭୟ ପ୍ରଶାସନ ଓ ସହରବାସୀଙ୍କ ଆକ୍ରୋଶର ଶିକାର ହୁଅନ୍ତି । ସେଠାରେ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ । ଏଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ରୂପେ ଅଞ୍ଚଳବାସୀ ଏକ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି । ଠେଲକୋପଡାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହରିଜନ ଯୁବକ ସଂଘ ପକ୍ଷରୁ ଏନେଇ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା ହେଲେ କୌଣସି ସୁଫଳ ମିଳି ନଥିଲା ।
ଏଣୁ ସମ୍ବଲପୁର ଭାଜପା ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ହରିଜନ ଯୁବକ ସଙ୍ଘର କାର୍ଯ୍ୟକର୍ତ୍ତାଗଣ ଓ ପଡ଼ାବାସୀ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଅନିରୁଦ୍ଧ ପ୍ରଧାନଙ୍କୁ ସାକ୍ଷାତ କରି ତାଙ୍କ ଅଞ୍ଚଳରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେରେ ହରିଜନ ୟୁବକ ସଂଘ ସଭାପତି ଅଜୁ ତାଣ୍ଡିଆ, ଉପସଭାପତି ସିକନ୍ଦର କନ୍ଧ, ସମ୍ପାଦକ ବିଜୁ ତାଣ୍ଡିଆ ଓ ଦୁଷ୍ମନ୍ତ ବେହେରା, ରାହୁଲ ଗଣ୍ଡ, ଜ୍ୱାଲା ମୁଖୀ, ଯୁବରାଜ ବେହେରା, କୁଶଲ ସୁନା, ବଣ୍ଟି ସିନ୍ଦରିଆ, ଶୁଭ୍ରାଂଶୁ ନାଏକ, ରବି ବିଷର, ଉମେଶ କଲେତ, ହିମାଞ୍ଚଳ ବେହେରା, ଅଜିତ ଜାଲ, ଅମିତ କନ୍ଧ, ଅମି ଭାଇଙ୍କ ସମେତ ବିଜେପି ର ପୂର୍ବତନ କାଉନସିଲର ଅନିଲ ସୁନା, ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଓ ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝି ପ୍ରମୁଖ ସାମିଲ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post