ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

0 69

ପୁରୀ : ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଥିବା ବେଳେ ଏନେଇ ସହରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଆସନ୍ତା ୨୨ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର ଯଜ୍ଞ ଓ ପୂଜା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିବା ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିବେ । ତେବେ ଏହାକୁ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିର ଐସାନ୍ୟ କୋଣରେ ଯଜ୍ଞ ମଣ୍ଡପ ନେଇ ଭୂମି ପୂଜନ ହୋଇଛି । ତେବେ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ୨୨ ରେ ଅଙ୍କୁରାରୋପଣ, ୨୩ ରେ ଯଜ୍ଞ ଓ ୨୪ ତାରିଖରେ ଯଜ୍ଞର ପୂର୍ଣ୍ଣାହୂତି ହେବ । ତେବେ ଏଥିପାଇଁ ଆଜି ଉତ୍ତର ପାର୍ଶ୍ୱ ମଠ ପାଖରେ ଯଜ୍ଞ ମଣ୍ଡପ ନିର୍ମାଣ ଚାଲିଥିବା ବେଳେ ଶ୍ରୋତ୍ରୀୟ ବ୍ରାହ୍ମଣ ଓ ଦେଉଳ ପୁରୋହିତଙ୍କ ଦ୍ୱାରା ଏହା ପୂର୍ବରୁ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

twenty − 11 =