ରଣେନ୍ଦ୍ରଙ୍କୁ ଦାମଙ୍କ ଟାର୍ଗେଟ

0 133

ଭୁବନେଶ୍ୱର: କଥା ଅଛି ଦାମ ତୁଣ୍ଡ । ଦାମ ତୁଣ୍ଡରେ କିଛି ବାଡ ବତା ନାହିଁ । ଯଦିଓ ଏବେ ସେ ଦଳରେ ସକ୍ରୀୟ ନାହାନ୍ତି ତେବେ ମଝିରେ ମଝିରେ ଦାମ ଦୁର୍ନୀତିକୁ ଦେଖିଲେ ମୁହଁ ଖୋଲିଦିଅନ୍ତି । ଏବେ ଜଗତ୍‌ସିଂହପୁର ଜିଲ୍ଲା ଏରସମା ବ୍ଲକ ନୂଆଡିହି ସେବା ସମବାୟ ସମିତି ଦୁର୍ନୀତିକୁ ନେଇ ବିଜେଡିର ଏହି ପୂର୍ବତନ ବରିଷ୍ଠ ସଦସ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରିଛନ୍ତି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ନୂଆଡିହି ସେବା ସମବାୟ ସମିତି ଅଧିନରେ ଅସୁଥିବାରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ଭାଇକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ସମବାୟ ବ୍ୟାଙ୍କରେ ଚଞ୍ଚକତା କରି ଟଙ୍କା ହଡପ କରାଯାଇଛି । ଏହାର ସଭାପତି ଅଛନ୍ତି ମନ୍ତ୍ରୀଙ୍କ ଭାଇ । ମୁଖ୍ୟମନ୍ତ୍ରୀ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 5 =