ପୁରୀ : ଲଘୁଚାପ ଯୋଗୁ ଅତ୍ୟଧିକ ବର୍ଷା ପାଇଁ ପୁରୀର କଣାସ ବ୍ଲକ ରେ ବନ୍ୟା । ମଲାଗୁଣି ନଦିର ପ୍ରାୟ ୫୦ ଫୁଟର ଘାଇ ହୋଇଥିବାରୁ ବନ୍ୟା ସ୍ଥିତି । ଦିବ୍ୟସିଂହ ପୁର ଗ୍ରାମ ପଞ୍ଚାୟତର ହଳଦୀ ପଦର, ତୈଲା, ଭଗବତୀପଡା, ଦିବ୍ୟସିଂହପୁର, ବାରମାଣ, ଅବ୍ୟପୁରୁ, ବରାଗଡ଼ ଆଦି ଗ୍ରାମର ସମସ୍ତ ପରିବାର ପାଣି ଘେରରେ ରହିଛନ୍ତି । ରାସ୍ତା ଉପରେ ଛାତିଏ ଉପରେ ପାଣି ଚାଲିଛି । ଶହଶହ ଲୋକ ଭୋକ ଉପାସରେ ଥିବା ଅଭିଯୋଗ କରିଛନ୍ତି । ସେପଟେ ମଲାଗୁଣି ନଦୀରେ ବାରମ୍ବାର ନଦୀ ବନ୍ଧ ମରାମତି ନା ରେ ବ୍ୟାପକ ଦୁର୍ନୀତି ହୋଇ ଦୁର୍ବଳ କାମ ଯୋଗୁ ଥିବା ନଦୀ ବନ୍ଧ ଭାଙ୍ଗି ଥିବା ବେଳେ ସରକାର କିଭଳି ପ୍ରତିବର୍ଷ ତଦାରଖ କରୁଛନ୍ତି ବୋଲି ସତ୍ୟବାଦୀର ବିଜେପି ନେତା ଓଁମ ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ସେହିପରି ଅନେକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳି ନ ଥିବା ବେଳେ ଫନି ବାତ୍ୟା ସହାୟତା ମିଳିନଥିବ ଓମ ପ୍ରକାଶ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତ ରାୟ ବନ୍ୟା ସ୍ଥିତି ଦେଖିବା ସହ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ବିତରଣ ପାଇଁ ସେ ସ୍ଥାନୀୟ ପ୍ରଶାସନକୁ କହିଥିବା କହିଛନ୍ତି । ସେହିପରି ଘାଇ ମରାମତି କରି ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ କହିଥିବା ବିଧାୟକ ଉମାକାନ୍ତ ସାମନ୍ତ ରାୟ କହିଛନ୍ତି ।