ମା’-ପୁଅଙ୍କୁ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଅଟକ

0 77

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡବଲ ମର୍ଡର ହୋଇଛି। ତମାଣ୍ଡୋ ଥାନା ଅଂଚଳର କଳିଙ୍ଗନଗରରେ ଆଜି ମା’-ପୁଅଙ୍କୁ ହତ୍ୟା କରାଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଏହି ହତ୍ୟାକାଣ୍ଡର ଖଳନାୟକ ହେଉଛି ମହିଳାଙ୍କର ସ୍ୱାମୀ। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛଛି। ଘର ଭିତରେ ମା-ପୁଅଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପାରିପାର୍ଶ୍ୱିକ ପରିସ୍ଥିତିରୁ ପୁଲିସ ଜାଣିବାକୁ ପାଇଛି ଯେ, ପାରିବାରିକ କଳହ ଅଥବା ଅଶାନ୍ତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥାଇପାରେ। ଘଟଣାସ୍ଥଳରେ ତମାଣ୍ଡୋ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଅଭିଯୁକ୍ତ ସ୍ବାମୀ ଅବନ୍ତୀ ମଙ୍ଗରାଜ ନିଜର ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି। କଳିଙ୍ଗନଗରର ଏକ ଘର ଭିତରେ ୧୦ ବର୍ଷ ବାଳକ ଓ ତାର ମା’ଙ୍କ ମୃତଦେହ ପଡିଥିବା ଦେଖିବାକୁ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।

hiranchal ad1
Leave A Reply

Your email address will not be published.

four × two =