ଜିଲ୍ଲାସ୍ତରୀୟ ୬୨ତମ ପୋଲିସ ଶହୀଦ ସ୍ମୃତି ଦିବସ

0 82

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ଠାରେ ଥିବା ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ଜିଲ୍ଲାସ୍ତରୀୟ ୬୨ତମ ପୋଲିସ ଶହୀଦ ସ୍ମୃତି-ଦିବସ ୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ବିଭିନ୍ନ ସମୟରେ କାର୍ଯ୍ୟରତ ଥିବାବେଳେ ଯେଉଁ ପୋଲିସ କର୍ମଚାରୀ ଓ ଅଧିକାରୀ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ପ୍ରାଣବଳି ଦେଇ ଶହୀଦ ହୋଇ ଯାଇଛନ୍ତି , ସେମାନଙ୍କ ପ୍ରତି ଭକ୍ତିପୂତ ଶଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

hiring


ପରେ ସ୍ମୃତି-ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଜିଲ୍ଲାର ସୁରକ୍ଷା ସହିତ ସମାଜରେ ଶାନ୍ତିରକ୍ଷା ଓ ଜନସେବା କ୍ଷେତ୍ରରେ ଓଡିଶା ପୋଲିସ ଦକ୍ଷତାର ସହ ସବୁକାର୍ଯ୍ୟ କରିଆସୁଛି । ପୋଲିସ ମାନଙ୍କ କର୍ତ୍ତବ୍ୟନିଷ୍ଠା, ତ୍ୟାଗ ଓ ବଳିଷ୍ଠ ଅବଦାନ ଏକ ମହାନ ସ୍ମୃତି ବୋଲି କହିଥିଲେ ।
ଅନ୍ୟପକ୍ଷରେ ପୋଲିସ ବାହିନୀ ବିଭିନ୍ନ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ଆକୁଣ୍ଠା ସାହାଯ୍ୟ ସହଯୋଗ କରି ଆସିବା ସହ ନକ୍ସଲ ଦମନ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା କରିବା ଓ କୋଭିଡ୍‌ ସମୟରେ ଲୋକଙ୍କୁ ସଚେତନ କରି ଆସିବା ସହ ସମସ୍ତ ନିୟମର ଅନୁପାଳନ କରିବା କ୍ଷେତ୍ରରେ ଜିଲ୍ଲା ପୋଲିସର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ ।
ଏହି ଅବସରରେ ଭାରତ ବର୍ଷରେ ୨୦୨୦-୨୧ରେ କାର୍ଯ୍ୟରତ ସମୟରେ ଶହୀଦ ହୋଇଥିବା ୩୭୭ ଜଣଙ୍କ ସମେତ ଓଡିଶାର ୪ ଜଣ ଶହୀଦ ଓ କରୋନା ସମୟରେ ଶହୀଦ ହୋଇଥିବା ୨୨ଜଣଙ୍କ ନାମ ପାଠ କରିଥିଲେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ ।
ଏଥିସହିତ ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତା ମଧ୍ୟ ପାଠ କରିଥିଲେ ।
ପରେ ପୋଲିସ ଶହିଦ ସ୍ମୃତିସ୍ତମ୍ଭଠାରେ ଏସପି ଶ୍ରୀ ଶତପଥୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଏଏସପି ବାମଦେବ ସିଂ ପୁଷ୍ପ ଦେଇ ଶହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ଏସପି ଶ୍ରୀ ଶତପଥୀ ଓ ଏଡିଏମ ଶ୍ରୀ ପଣ୍ଡା ଜିଲ୍ଲାର ୪ ଜଣ ଶହୀଦଙ୍କ ପରିବାର ମୁଖ୍ୟଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।
ଶେଷରେ ଶହୀଦ ସ୍ମୃତି ପ୍ୟାରେଡ଼ର ସମାପନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି ଶ୍ରୀ ରାମକୃଷ୍ଣ ପତି, ସଦର ମହକୁମା ଡିଏସପି ରାଜା କିଶୋର ଦାସ, ହୋମଗାର୍ଡ ଆରଆଇ ସତ୍ୟକାନ୍ତ ମନୋରଞ୍ଜନ ଜେନା, ଆରଆଇ ଜେନେରାଲ ଡମ୍ବରୁ ଧର ହନାଗା, ପାରଳାଖେମୁଣ୍ଡି ଥାନା ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ସମେତ ବହୁ ପୋଲିସ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶହୀଦଙ୍କ ପରିବାର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × one =