ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ଲୁଟ୍‌

0 65

ସୁନ୍ଦରଗଡ଼ : ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ଲୁଟ୍‌ । ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ମହାଦେବ ପଡ଼ା ଇବିନଦୀ କୂଳରେ ଥିବା ଏହି ମନ୍ଦିରରୁ ଲୁଟ୍‌ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଆଜି ସକାଳ ସମୟରେ ପୂଜକ ମନ୍ଦିରକୁ ଗେଟ୍‌ ଖୋଲିଥିଲେ । ପୂଜକ ମନ୍ଦିରରେ ପ୍ରବେଶ କରିବା ବେଳକୁ ଗ୍ରୀଲ ଭାଙ୍ଗି ୨ଟି ରୂପା ନାଗ ଚୋରି ହୋଇଛି ବୋଲି ଜାଣିଥିଲେ । ତେବେ ଚୋରି ହୋଇଥିବା ରୂପା ନାଗର ଓଜନ ୨ କିଲୋ ହେବ । ଯାହାପରେ ତୁରନ୍ତ ମନ୍ଦିର ପୂଜକ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

two + 13 =