ପୁରୀ : ବ୍ରହ୍ମଗିରି ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ । ବ୍ରହ୍ମଗିରି ବ୍ଲକ କାଠୁଆରେଡି ଛକଠାରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କଠାରୁ ଦିନ ଦ୍ୱିପ୍ରହରରେ ଚେନ୍ ଲୁଟି ତାଙ୍କ ଗଳା କାଟିଦେଇଥିବା ଦେଖିବାକୁ ମିଳିଛି । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଥାନା କାଠୁଆରେଡି ଗ୍ରାମର କେଦାର ଲେଙ୍କା ବୋଲି ଜଣାପଡିଛି । କେଦାରଙ୍କ ବେକରେ ଗଭୀର ଆଘାତ ଲାଗିଥିବା ବେଳେ କାନରେ ମଧ୍ୟ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଦେଖିବାକୁ ମିଳିଛି । ଚେନ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରିବା ପରେ ପୋଲିସରେ ଜିମା ଦେଇଥିବା ଦେଖିବାକୁ ମିଳିଛି ।