ପୋଲିସ ଓ ଅବକାରୀ ବିଭାଗର ଅପରେସନ ନୀଳ ଜହର, ପୁଣି ନଷ୍ଟ ହେଲା ୧୩କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବେଆଇନ୍‌ ଗଞ୍ଜେଇ ଗଛ

0 344

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ “ଅପରେସନ୍‌ ନୀଳ ଜହର’ । ବାଲିଗୁଡ଼ା ଥାନା ଅନ୍ତର୍ଗତ ସାନମାଦିନାଟ ଓ ପଦ୍ମାପଦର ଅଞ୍ଚଳରୁ ପୁଣି ନଷ୍ଟ ହେଲା ୧୩୫ ଏକର ଜମିରେ ହୋଇଥିବା ବେଆଇନ୍‌ ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରିଛି ପୋଲିସ୍‌ ଓ ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । କନ୍ଧମାଳ ଏସପି ଭିନିତ୍‌ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ଓ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ଓ ଅବକାରୀ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଛି ଅପରେସନ ନୀଳ ଜହର । ଏହି ଅପରେସନକୁ ଆହୁରି ଯୋରଦାର୍‌ କରାଯିବ ଏବଂ ଅଞ୍ଚଳରେ ଗଞ୍ଜେଇ ଚାଷ ମୂଳପୋଛ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ।

hiranchal ad1
Leave A Reply

Your email address will not be published.

eleven − 7 =