ମୁଣ୍ଡୋଦହରରେ କାର୍ତ୍ତିକ ପଞ୍ଚୁକ ପାଳିତ

0 337

ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ମୁଣ୍ଡୋଦହର ଗ୍ରାମରେ କାର୍ତ୍ତିକ ପଞ୍ଚୁକ ପାଳିତ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ମାସ ସାରା ତଥା ଶୁକ୍ଳ ପକ୍ଷ ଅଳାଁ ନବମୀ ଦିନ ଠାରୁ ଆରମ୍ଭ ହୋଇଥାଏ ପଞ୍ଚୁକ ବୁଡ । ପ୍ରଭାତ ୪ ଠାରୁ ଉଠି ପୋଖରୀକୁ ଯାଇ ସ୍ନାନ ପରେ, ପୋଖରୀ କୂଳରେ ବାଲିରେ ବାଲୁକା ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା ସହ ସାମୂହିକ ପ୍ରାର୍ଥନା କରିଥାନ୍ତି । ଏଥିରେ ପାର୍ଶ୍ୱ ଦେବତା ଭାବେ ରାଇ ଦାମୋଦର, ବରୁଣ କୁବେର କାର୍ତ୍ତିକକେୟ ,ଶିବ ପାର୍ବତୀ , ବରଗଛ, ଧାତ୍ରି ବୃକ୍ଷ ,ପଲାସ ବୃକ୍ଷରେ ପାଣି ଢ଼ାଲି ଥାନ୍ତି । ପରେ ଗ୍ରାମକୁ ଆସି ପୂଜା ମଣ୍ଡପରେ ଭଗବାନ ଶିବ ପାର୍ବତୀ ରାଧାଦାମୋଦର ସ୍ଥାପନ କରି ପୂଜାର୍ଚ୍ଚନା ସହ ପୁରାଣ ପାଠ ଆରମ୍ଭ ହୋଇଥାଏ । ପ୍ରତ୍ୟେକ ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ପୁରାଣ ପାଠ ସହିତ ଭଜନ କୀର୍ତ୍ତନ କରିଥାନ୍ତି । ପୂଜା କର୍ତ୍ତା ଭାବରେ ପାଣ୍ଡବ ଭୋଇ ଓ ତାଙ୍କ ଧର୍ମପତ୍ନୀ କୁନ୍ତଲା ଦାୟିତ୍ୱ ନିର୍ବାହ କରିଥିବା ବେଳେ ସୋମନାଥ ପଣ୍ଡା ପୁରାଣ ପାଠ କରିଥିଲେ । ତୁଳାବତୀ ଭୋଇ, ସନ୍ତୋଷିନି ଭୋଇ, ବିମଲ ଭୋଇ, ଫୁଲ ଭୋଇ, ଆଲପ ଲତାଦାସ, ଶାନ୍ତିଲତା ବନଗୁଳା, କୁନ୍ତଲା ବିଶ୍ୱାଳ, ଯଶୋବନ୍ତ ଭୋଇ, ତୁଳସୀ ଭୋଇ, ଉଷା ଭୋଇ, ଫୁଲ ଇନ୍ଦୁମତୀ ଭୋଇ, ସୁଷମା ବାରଲବିଦିଆ, ଭୋଇ, କନୀତା ବିଶ୍ୱାଳ, ସୁରେଖା ବିଶ୍ୱାଳ, ଯାଏଗ ବିଶ୍ୱାଳ, ମାଳମା ପୁଟେଲ ଗାନ୍ଧୀ ଭୋଇ, ଦେବରାଜ ପରାଭୁଏ, ନୀଳ ବିଶ୍ୱାଳ, କଳାରା ସିଂହ ଭୋଇ, ପବିତ୍ର ବିଶ୍ୱାଳ, ହେମନ୍ତ ବଗର୍ତ୍ତୀ, ଭଗତ ଦାସ, ଯୁଗଳକିଶୋର ପୁଟେଲ, ସହ ଅନ୍ୟ ଭକ୍ତମାନେ ସାମିଲ ଥିଲେ । ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

fourteen − 7 =