ପାଟଣାଗଡ : ପାଟଣାଗଡ଼ ରାମପୁର ସ୍ଥିତ ମାରୱାଡ଼ି ଧର୍ମଶାଳା ଠାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପାଟଣାଗଡ ବିଭିଓ ଡ଼ା. ସୁବ୍ରତ କୁମାର ନାଏକ ଓ ପାଟଣାଗଡ଼ ଥାନା ଅଧିକାରୀ ଶ୍ରୀ ଅନନ୍ତ ପଧାନ ଉଦଘାଟନ କରେଇଥିଲେ । ଡ଼ା. ନାଏକ ନିଜେ ମଧ୍ୟ ରକ୍ତଦାନ କରି ଯୁବଗୋଷ୍ଠୀଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ମହାମାରୀ ସମୟରେ ଯୁବା ମଞ୍ଚ ଦ୍ୱାରା ହୋଇଥିବା ଖାଦ୍ୟ ବଣ୍ଟନ ଏବଂ ରକ୍ତଦାନ ଶିବିରକୁ ପ୍ରଶଂସା କରିବା ସହ ବର୍ତ୍ତମାନର ଯୁବ ସମାଜକୁ ଏକତ୍ରିତ ହୋଇ ଲୋକଙ୍କ ସେବା କରିବାକୁ ଶ୍ରୀ ପଧାନ ମତବ୍ୟକ୍ତ କରିଥିଲେ ।
ଯୁବା ମଞ୍ଚର କେନ୍ଦ୍ରୀୟ ସଦସ୍ୟ ଓ ବଲାଙ୍ଗୀର ଜିଲ୍ଲା ସଦସ୍ୟଙ୍କ ଉପସ୍ଥିତିରେ ପାଟଣାଗଡ଼ ଶାଖାର ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇ୨୪ ଜଣ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ମିହିର ସେନ ଭୁଏଙ୍କ ନେତୃତ୍ୱରେ ହୋଇଥିବା ବେଳେପ୍ରତାପ ସାହୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post