ଲଗାଣ ବର୍ଷାରେ ଉଜୁଡିଗଲା ଫସଲ,ଚିନ୍ତାରେ ଚଷାପୁଅ

0 160

ଦଶପଲ୍ଲା : ମୁଣ୍ଡରେ ହାତଦେଇ ବସିଛି ଦଶପଲ୍ଲା ପଶ୍ଚିମାଞ୍ଚଳର ଚାଷୀ । ହାତୀ, ପାତି ଓ ଜଂଗଲୀ ବାର୍‌ହାଙ୍କ କବଳରୁ ବଂଚେଇ ବିଲରେ କେଣ୍ଡା କେଣ୍ଡା ହୋଇ ଝୁଲୁଥିଲା ସୁନାର ଫସଲ, ଆଉ କେତେଦିନ ପରେ ଫସଲ କାଟି ଖଳାକୁ ଆଣିଥାନ୍ତା ଚାଷୀ । ବର୍ଷକ ଯାକର ପରିଶ୍ରମ ଲଘୁଚାପ ବର୍ଷାରେ ଉଜୁଡିଗଲା । ଦୁଇ ଦିନ ହେବ ଲଘୁଚାପ ଜନିତ ବର୍ଷାରେ ଜମିର ପାଚିଲା ଧାନ ଏବେ ପାଣିରେ ଭାସୁଛି । ଅନେକ ସ୍ଥାନରେ ଚାଷୀ ଫସଲ କାଟି ବିଲରେ ପକାଇଥିବା ବେଳେ ସେଥରେ ପାଣି ମାଡି ଯାଇଥିବା ଦେଖିବାକୁ ମିଳିଛି । ଧାନ କାଟିବାକୁ ଚାଷୀ ପ୍ରସ୍ତୁତ ହେଉଥିବା ବେଳେ ବିଲରେ ପାଣି ମାଡିଯିବାରୁ ଚାଷୀଙ୍କ ମନରେ ଭାଳେଣି ପଡ଼ିଲାଣି । ଏଭଳି ସ୍ଥିତିରେ ପ୍ରଶାସନ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତାର ହାତ ବଢ଼ାଇବାକୁ କୃଷକଙ୍କ ତରଫରୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

12 − one =