ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ

0 70

ପୁରୀ : ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ କରାଯାଇଛି । ଆଶା କର୍ମୀଙ୍କୁ ମେଡ଼ିକାଲରେ ଦୁର୍ବ୍ୟବହାରର ପ୍ରତିବାଦ ସମେତ ସର୍ବନିମ୍ନ ମଜୁରୀ, ସ୍ଥାୟୀ ଚାକିରୀ, ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଦାନ ଦାବିରେ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି । ସଂଗଠନ ଅଭିଯୋଗ କରିଛି ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟ କରୁଛନ୍ତି ଆଶା କର୍ମୀ । ମାମାନଙ୍କୁ ମେଡ଼ିକାଲ ଆଣି କିଭଳି ଯତ୍ନ ନିଆଯାଇ ପାରିବ ସେ ନେଇ କାର୍ଯ୍ୟ କରୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ମେଡ଼ିକାଲରେ ଡାକ୍ତର, ନର୍ସମାନେ ଅନେକ ସମୟରେ ଆଶା କର୍ମୀଙ୍କୁ ଖରାପ ବ୍ୟବହାର କରୁଛନ୍ତି । ସେହିପରି ଆଶା କର୍ମୀମାନେ ମାତ୍ର ୧୪ ଶହ ଟଙ୍କା ପାରିଶ୍ରମିକରେ କାର୍ଯ୍ୟ କରୁଛନ୍ତି । ଯାହାକି ଘର ପରିବାର ଚଳାଇବା ଅସମ୍ଭବ । ସେହିପରି କୌଣସି ସାମାଜିକ ନିରାପତ୍ତା ବ୍ୟବସ୍ଥା ଯେଭଳି କି ବୀମା ବ୍ୟବସ୍ଥା ମଧ୍ୟ ହୋଇ ନାହିଁ । ସ୍ୱାସ୍ଥ୍ୟ କର୍ମୀଙ୍କ ଭଳି କାମ କରୁଥିଲେ ମଧ୍ୟ ଆଶା କର୍ମୀଙ୍କୁ ସ୍ୱାସ୍ଥ୍ୟ କର୍ମୀଙ୍କ ଭଳି ସରକାର କୌଣସି ସୁବିଧା ପ୍ରଦାନ କରୁନାହାନ୍ତି । ଯାହାକି ଅତ୍ୟନ୍ତ ଦୁଃଖର ବିଷୟ । ତେବେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟରେ ପ୍ରମୁଖ ଭୂମିକା ନେଉଥିବା ଆଶା କର୍ମୀ ତୁରନ୍ତ ସରକାର ଆଶା କର୍ମୀଙ୍କୁ କାର୍ଯ୍ୟ କ୍ଷେତ୍ରରେ ସମ୍ମାନ ପ୍ରଦାନ, ସର୍ବନିମ୍ନ ମଜୁରୀ ପ୍ରଦାନ, ସ୍ଥାୟୀ ନିଯୁକ୍ତି, ବୀମା ସମେତ ସମାଜିକ ନିରାପତ୍ତା ପ୍ରଦାନ ଦାବି କରିଛି ପୁରୀ ଜିଲ୍ଲା ଆଶା କର୍ମୀ ସଂଘ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ସହ ବିରୋଧ କରାଯିବ । ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସରକାର ଦାୟୀ ରହିବେ ବୋଲି ପୁରୀ ଜିଲ୍ଲା ଆଶା କର୍ମୀ ସଂଘ କହିଛି ।

hiranchal ad1
Leave A Reply

Your email address will not be published.

nine − 5 =