ଜିଲ୍ଲା କୃଷକ ମହାସଂଘର ସଂଗଠନିକ ବୈଠକ, ଲଢେଇ ପାଇଁ ପ୍ରସ୍ତୁତି

0 85

ବଲାଙ୍ଗୀର : ଚାଷୀନେତା ବାବାଜୀ ଦାସଙ୍କ ସଭାପତିତ୍ୱରେ ସାମ୍ବାଦିକ ଭବନଠାରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘର ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ପୂର୍ବତନ ସଭାପତି ଚାଷୀନେତା ସ୍ୱର୍ଗତ ଡ. ସୁଧୀର ପରିଛାଙ୍କ ସ୍ମୃତିଚାରଣ କରି ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରର୍ଥନା ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ନୂତନ କମିଟୀ ଗଠନ ଓ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜଣାଶୁଣା ଚାଷୀ ନେତା ଜତୀ ପଧାନଙ୍କୁ ସଭାପତି ସୌମେନ୍ଦ୍ର ପରିଛା ଉପ ସଭାପତି, ସରୋଜ ରଥ ସଂପାଦକ, ପ୍ରାଣକୃଷ୍ଣ ସାହୁ ଓ ବିଶ୍ୱଜିତ ନାଥଙ୍କୁ ସହ ସଂପାଦକ ଏବଂ ମଧୁସୂଦନ କ୍ଷେତିଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ସନ୍ତୋଷ ପଟେଲ, ନୂତନ ସେଠ, ବାବାଜୀ ଦାସ ଉପଦେଷ୍ଟା ଏବଂ ପାଟଣାଗଡ ବ୍ଳକ ପାଇଁ କୃଷ୍ଣଚନ୍ଦ୍ର ବନଛୋର, ଖପ୍ରାଖୋଲ ପାଇଁ କ୍ଷମାନିଧି ଭୋଇ, ବେଲପଡା କନ୍ଦର୍ପ ଦନ୍ତା, ବଲାଙ୍ଗୀର ଯୁଗେଶ୍ୱର ଜେନା, ଦେଓଗାଁ ଦୟାନିଧି ଖମାରି, ଲୋଇସିଂହା ଶାନ୍ତନୁ ସିଂହ, ତୁରେକେଲା ଗୋଲେକ ସାହୁ, ଗୁଡଭେଲା ସନାତନ ମେହେର, ମୁରିବାହାଲ ପାଇଁ କୈଳାସ ପଧାନିଙ୍କୁ ସଂଘ ମନୋନୀତ କରିଛି । ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା, ସ୍ୱତନ୍ତ୍ର ପେକେଜ୍‌ , ସାର କଳାବଜାର, ଜଳ ସେଚନ ଓ ସରକାରଙ୍କ ଚାଷୀ ମାରଣ ନୀତିର ପ୍ରତିବାଦ ପାଇଁ ଆସନ୍ତା ୨୦ରେ ସଂଘ କରିବ ବିରାଟ ଚାଷୀ ସମାବେଶ ବୋଲି ସୂଚନା ଦିଆଯାଇଛି । ବିହନ,ସାର, ପାଣି ଯୋଗାଣରେ ବିଫଳ ସରକାର ମନରେଗାରେ ଚାଷୀକୁ ମାଟିବୁହାଇବା ହାସ୍ୟାସ୍ପଦ ଚିନ୍ତାଧାରା ଛାଡି ସରକାର ଚାଷୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସଂଯୋଜକ ମଧୁସୂଦନ କ୍ଷେତି ଓ ସଭାପତି ଜତୀ ପଧାନ କହିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

2 × 3 =