ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା,ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାରେ ବିଳମ୍ବ ଯୋଗୁଁ ତେଜୁଛି ଜନ ଅନସନ୍ତୋଷ

0 138

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବାଡ଼ାସୁରୁ ଜଙ୍ଗଲରୁ ଗତ ୩ ତାରିଖ ଦିନ ଏକ କିନାରୀ ଗାଁର ଜଗଦୀଶ ପାତ୍ରଙ୍କ ପୁଅ ଅକ୍ଷୟ ପାତ୍ରଙ୍କ ଝୁଲନ୍ତା ମୃତଦେହକୁ ବ୍ରାହ୍ମଣୀ ଗାଁ ପୁଲିସ ଉଦ୍ଧାର କରିବା ସହ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମୃତକଙ୍କ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ହତ୍ୟା ଉକ୍ତ ଘଟଣାକୁ ୧୨ ଦିନ ବିତିଯାଇଥିଲେ ବି ପ୍ରକୃତ ସତ୍ୟତା ସାମ୍ନାକୁ ଆସିନାହିଁ । ଏହାକୁ କେନ୍ଦ୍ରକରି ଗତ ୬ ତାରିଖରେ ଝିଞ୍ଜିରିଗୁଡା ଓ ବ୍ରାହ୍ମଣୀଗାଁ ପଞ୍ଚାୟତର ମହିଳା ସଂଗଠନ, ଗ୍ରାମ୍ୟ ଭଦ୍ର ଓ ବୁଦ୍ଧିଜୀବୀଙ୍କୁ ନେଇ କିରାମହା ଚର୍ଚ୍ଚ ପରିସରରେ ଏକ ବୈଠକ କରି ଉକ୍ତ ଘଟଣାର ସତ୍ୟାସତ୍ୟ ପ୍ରକାଶ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଥାନା ଅଧିକାରୀଙ୍କ ନିକଟରେ ଅକ୍ଷୟଙ୍କୁ ହତ୍ୟା କରାଯାଇଥିବା ନେଇ ମାମଲା ରୁଜୁ କରାଯାଇଥିଲା । ସେହି ସମୟରେ ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏଣୁ ୧୫ ତାରିଖ ପର୍ଯ୍ୟନ୍ତ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ଥାନା ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ଗତକାଲି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆରନ ନାୟକ ଓ ପୂର୍ବତନ ସରପଞ୍ଚ ଦିବ୍ୟସିଂହ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଥାନାକୁ ଆସି ତଦନ୍ତକାରୀ ଅଧିକାରୀ ଦୀପକ ସାମନ୍ତ ସିଂହାରଙ୍କୁ ଉକ୍ତ ରିପୋର୍ଟ ମାଗିଥିଲେ । କିନ୍ତୁ ଆସନ୍ତା ୧୮ ତାରିଖ ସୁଦ୍ଧା ଉକ୍ତ ରିପୋର୍ଟ ମିଳିବ ବୋଲି କହିବାରୁ ଜନ ଅସନ୍ତୋଷ ଦେଖା ଦେଇଥିଲା । ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ପୁଲିସ ଅଧିକାରୀ ଘଟଣାର ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି, ଯାହା ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ପୁଲିସ ପ୍ରଶାସନର କହିବା ଅନୁଯାୟୀ ଆଗାମୀ ୧୮ ତାରିଖ ସୁଦ୍ଧା ସତ୍ୟାସତ୍ୟ ରିପୋର୍ଟ ନମିଳେ ତେବେ ୧୯ ତାରିଖରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏହାପରେ ସ୍ଥାନୀୟ ଶିବ ମନ୍ଦିର ପରିସରରେ ବ୍ରାହ୍ମଣୀଗାଁ, କୀନାରୀଗାଁ, କି.ନୂଆଁଗାଁ, ଗଡ଼ମା, କୁଟଲାରି ଗାଁ ଆଦି ଗ୍ରାମରୁ ଆସିଥିବା ମହିଳା ସଂଗଠନର ମା’ମାନେ ଏକ ବୈଠକ କରି ଅନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

18 − twelve =