୪ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ବୀରମହାରାଜପୁର ବନ୍ଦ

0 79

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ୪ଦଫା ଦାବି ନେଇ ଆଜି ବୀରମହାରାଜପୁର ରେ ଏହି ବନ୍ଦ ଡାକରା ଦିଆଯାଇଛି । ବୀରମହାରାଜପୁର ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା, ବୀରମହାରାଜପୁର ସହରକୁ ଏନଏସି ମାନ୍ୟତା ଦିଆଯିବା, ପ୍ରସ୍ତାବିତ ଦେଉଳି ଓ ବାଉଁଶୁଣି ମଧ୍ୟରେ ମହାନଦୀ ସେତୁ ଓ ବହୁ ପ୍ରତୀକ୍ଷିତ ସୁରୁବାଲି ଯୋରରେ ଆନିକଟ ଓ ହରିହର ଯୋର ବାମପାର୍ଶ୍ୱ କେନାଲ ନିର୍ମାଣ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ବନ୍ଦର ଯବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀମାନେ ବୀରମହାରାଜ ପୁର ଛକରେ ରାସ୍ତା ଅବରୋଧ କରିଛନ୍ତି ।ପିକେଟିଂ କରି ୋକାନ ବଜାର ବନ୍ଦ କରିଛନ୍ତି । ଫଳରେ ଦୋକାନ ବଜାର ବନ୍ଦ ରହିଛି । ସୋନପୁର-ବିରମହାରାଜପୁର ଓ ବୀରମହାରାଜପୁର-ରେଢ଼ା ଖୋଲ ରାସ୍ତା ରେ ଗାଡି ମଟର ଚଳା ଚଳ ବାଧା ପ୍ରାପ୍ତ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ବୀରମହାରାଜପୁର ବ୍ଲକ୍‌ କଂଗ୍ରେସ କର୍ମର ସଭାପତି ବସନ୍ତ ମହାକୁଡ଼ ଓ ବୀରମହାରାଜପୁର ବ୍ଲକ୍‌ ଯୁବ କଂଗ୍ରେସ କମିଟି ସଭାପତି ବିଦ୍ୟାଧର ଖୁଡିଆ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଶ୍ୱିନୀ କୁମାର ଶତପଥୀ ଓ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି ଏହି ବନ୍ଦ ପାଳନ ବେଳେ ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ ଦିଆଯାଇଛି ।ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

hiranchal ad1
Leave A Reply

Your email address will not be published.

nineteen + nineteen =