ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ସାରର କଳାବଜାରୀ ସାଙ୍ଗକୁ ସାରର କୃତ୍ରିମ ଅଭାବ ଖବର ପ୍ରସାରଣ ପରେ ଜିଲ୍ଲା କୃଷି ବିଭାଗର ନିଦ ଭାଙ୍ଗିଛି । ଜିଲ୍ଲାର ସଦର ମହକୁମା ସହ ଗୋଶାଣି ବ୍ଳକରେ ଥିବା ସାର ବ୍ୟବସାୟ କରୁଥିବା ଦୋକାନ ଗୁଡିକର ଯାଞ୍ଚ କରାଯାଇ ଥିବାର ଜଣାପଡ଼ିଛି । ଏହି ଯାଞ୍ଚ କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ସହଯୋଗରେ ଯାଞ୍ଚ କରିଥିବାର ଜଣାପଡ଼ିଛି କୃଷି ବିଭାଗ ତରଫରୁ କ’ଣ ପଦକ୍ଷେପ ନିଆ ଯାଇଛି ତାହା ଗଣମାଧ୍ୟମକୁ ଅବଗତ କରାଯାଇ ନାହିଁ । ପ୍ରକାଶ ଥାଉକି କିଛି ଦିନ ତଳେ ଜିଲ୍ଲା ପରିଷଦ ବୈଠକରେ ସଦସ୍ୟମାନେ ଗୃହରେ ସାରର କଳା ବଜାରୀ ଉପରେ ଅବଗତ କରାଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏକ ଟିମ ଗଠନ କରାଯାଇ ଯାଞ୍ଚ କରାଯିବ ବୋଲି ଗୃହକୁ ପ୍ରତିଶ୍ରୁତି ଦେଇ ଥିଲେ ।ବାରମ୍ବାର ଖବର ପ୍ରସାରଣ ପରେ ବିଭାଗର ନିଦ ଭାଙ୍ଗି ଥିବାର ଦେଖିବାକୁ ମିଳିଛି ।