ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

0 231

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୨୪ ତାରିଖ ରାତିରେ ଆଖି ବୁଜିଥିଲେ ୨ ମାଈ ହାତୀ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ୨ ଜଣ ହେଲେ ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଉଭୟଙ୍କୁ ଜଉଉୠ ନିଲମ୍ବନ କରିଥିବା ନେଇ ଡିଏଫ୍‌ଓ ସୂଚନା ଦେଇଛନ୍ତି । ଏହାସହ ବିଦ୍ୟୁତ୍‌ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ଫାର୍ମ ହାଉସକୁ ଗତ ୨୪ ତାରିଖ ରାତିରେ ଏକ ହାତୀ ପଲ ଲତା ଖାଇବାକୁ ଆସିଥିଲେ । ଲତା ଟାଣି ଖାଉଥିବା ବେଳେ ଅଳ୍ପ ଉଚ୍ଚତାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମାଈ ହାତୀ ସେଠାରେ ଆଖି ବୁଜି ଦେଇଥିଲେ ।
କୃଷି ବିଜ୍ଞାନ କେନ୍ଦ୍ରର ନିକଟରେ ଥିବା ଛାତ୍ରୀ ନିବାସର କିଛି ପିଲା ଏହା ଦେଖି ୨୫ ତାରିଖ ସକାଳେ ବନ ବିଭାଗକୁ ଖବର କରିଥିଲେ । ଖବର ପାଇ କେନ୍ଦୁଝର ରେଞ୍ଜର,ଏସିଏଫ୍‌, ଫରେଷ୍ଟ ଗାର୍ଡ ଓ କିଛି ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସେହି ଲାଇନରେ ଯାଇଥିବା ବିଦ୍ୟୁତ୍‌ କାଟି ହାତୀ ୨ଟିର ମୃତଦେହ ଉଦ୍ଧାର କରିଥିଲେ ।

hiranchal ad1
Leave A Reply

Your email address will not be published.

two × 3 =