ନବରଙ୍ଗପୁରରେ ଫଳିଲା କରୋନା ଆକୃତି କାକୁଡ଼ି

0 101

ନବରଙ୍ଗପୁର : ସମୟ ଗଡ଼ିବା ସହିତ ଅଦ୍ଭୁତ ପ୍ରକାରର ଘଟଣାମାନ ଘଟୁଛି । ଆମେ ଏଥିପାଇଁ ଏପରି କହୁଛୁ କାରଣ ମହାମାରୀ କାଳରେ ଦେଖିବାକୁ ମିଳିଛି କୋରୋନା ଭାଇରସ ଆକୃତିର କାକୁଡ଼ି । ଆପଣ ବି ଏହି କଥା ଶୁଣିବା ପରେ ମନରେ ଉକ୍ତ କାକୁଡ଼ିଟିକୁ ଦେଖିବା ପାଇଁ ନିଶ୍ଚୟ ଉତ୍ସୁକତା ଭରି ଯାଇଥିବ । ତେବେ ନବରଙ୍ଗପୁର ଡାବୁଗାଁ ବ୍ଲକରେ ଏଭଳି ଏକ କାକୁଡ଼ି ଫଳିଛି, ଯାହାକି ଅବିକଳ କୋରୋନା ଭାଇରସର ଆକୃତି ସହିତ ମେଳ ଖାଉଛି ।
ଯାହାକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡ଼ୁଛନ୍ତି ଦେଖଣାହାରୀ । ଅବିକଳ ଭାଇରସ ଆକୃତିର ହୋଇଛି ଏହି କାକୁଡି ।

hiring


ସାରା ବିଶ୍ୱରେ କୋରୋନା ମହାମାରୀ ହଇଚଇ ସୃଷ୍ଟି କରିଥିଲା । ଲୋକଙ୍କୁ ଏହି ଭାଇରସ ସମ୍ପର୍କରେ ଅବଗତ କରାଇବା ସହିତ ସତର୍କ କରାଇବା ପାଇଁ କୋରୋନା ଭାଇରସକୁ ଏକ ଆକୃତି ଦିଆଯାଇଥିଲା । ଭାଇରସର ସମ୍ଭାବ୍ୟ ରୂପକୁ ଦର୍ଶାଇବା ଉଦ୍ଦେଶ୍ୟରେ ବୈଜ୍ଞାନିକମାନେ ଭାଇରସର ଏକ ପ୍ରତିକୃତି ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ମହାମାରୀ କାଳରେ ନବରଙ୍ଗପୁର ସରାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଅବିକଳ କୋରୋନା ଭାଇରସ ଆକୃତିର ଏକ କାକୁଡ଼ି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ଏହି କାକୁଡ଼ି ଗୋଲ ଆକୃତିର ହୋଇଥିବା ବେଳେ ଚାରିପଟେ ରହିଛି କଣ୍ଟା ।

hiranchal ad1
Leave A Reply

Your email address will not be published.

sixteen − 14 =