ଜେମାମଣି ବିଶୋୟୀଙ୍କ ଆତ୍ମଜୀବନୀ ଲୋକାର୍ପିତ

0 54

ନବରଙ୍ଗପୁର : ରାଜ୍ୟପାଳ ପୁରସ୍କୃତା ବିଶିଷ୍ଟ କବିୟତ୍ରୀ ଜେମାମଣି ବିଶୋୟୀଙ୍କ ଆତ୍ମଜୀବନୀ “ବଣ ମଲ୍ଲୀର ଆତ୍ମଲିପୀ ” ଶ୍ରୀ କୁଞ୍ଜ ବିହାରୀ ପାଠାଗାର ଆନୁକୂଲ୍ୟରେ ପ୍ରାକ୍ତନ ମନ୍ତ୍ରୀ ଡମ୍ବୂରୁ ମାଝୀଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଶିକ୍ଷା ସନ୍ଧାନ ଦ୍ୱାରା ପ୍ରକାଶିତ ମୂଳ ଓଡିଆ ଭାଷାର ଉକ୍ତ ପୁସ୍ତକ ଅଗଷ୍ଟ ୨୦୨୧ ରେ ପ୍ରକାଶିତ ହୋଇଥିବାବେଳେ ଉକ୍ତ ପୁସ୍ତକର କବିୟତ୍ରୀ ସବିତା ଶତପଥିଙ୍କ ଦ୍ୱାରା ଦେଶୀୟା ଭାଷାରେ ଅନୁବାଦର ଲୋକାର୍ପଣ କରାଯାଇଥିଲା । ବଣ ମଲ୍ଲୀର ଆତ୍ମଲିପୀ କେବଳ ଏକ ଆତ୍ମ ଜୀବନୀ ନୁହେଁ ଏହା ସମଗ୍ର ଅଭିଭାଜିତ କୋରାପୁଟ ଜିଲ୍ଲାର ଲୋକମାନଙ୍କ ଜୀବନୀ ଶୈଳୀ ଶିକ୍ଷା, ସଂସ୍କୃତି ଓ ସାମାଜିକ ବିଧି ବ୍ୟବସ୍ଥାକୁ ପ୍ରତିଫଳନ କରୁଥିବା ଏକ ପୁସ୍ତକ ବୋଲି ମୁଖ୍ୟ ଅତିଥି ଉନ୍ମୋଚକ ଡମ୍ବୁରୁ ମାଝୀ ଅବିହିତ କରିଥିଲେ । ଏଥିରେ ଅଧ୍ୟକ୍ଷତା କରି ପାଠାଗାରର ସଭାପତି ନାରାୟଣ ପଣ୍ଡା ଶ୍ରୀମତୀ ବିଶୋୟୀଙ୍କ ଆତ୍ମ ଜୀବନୀର ଜିଲ୍ଲାର ସଂସ୍କୃତି ଓ ସାରସ୍ୱତ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି କହିଥିଲେ । ଦେଶୀଆ ସାହିତ୍ୟ ଏକାଡେମୀର ଆବାହକ ରଞ୍ଜନ ମହୁରିଆ ଦେଶୀଆ ଭାଷାରେ ଉକ୍ତ ପୁସ୍ତକକୁ ସମୀକ୍ଷା କରି ସମାଜସେବା ଶ୍ରୀମତୀ ବିଶୋୟୀଙ୍କ ରଚନାର ଅନ୍ତଃସ୍ୱର ବୋଲି କହିଥିଲେ । ଅନ୍ୟତମ ସମୀକ୍ଷକ ଭାବରେ ଯୋଗ ଦେଇଥିବା ସାମାଜିକ ଗଣମାଧ୍ୟମରେ ସୁପରିଚିତ “ଅତି ତଣ୍ଡିପ ” କିଶୋର ଚନ୍ଦ୍ର ମିଶ୍ର, ଶ୍ରୀମତୀ ଶତପଥି ଓ ଶ୍ରୀମତୀ ବିଶୋଈ ସେମାନଙ୍କର ଲେଖକୀୟ ଆଭିମୁଖ୍ୟ ପ୍ରକାଶ କରିଥିଲେ । ଉତ୍ସବରେ ଉପସ୍ଥିତ ଥିବା କବି ପ୍ରଫୁଲ କୁମାର ପୁହାଣ, ହର ପ୍ରସାଦ ଦାଶ,ସବ୍ୟସାଚୀ ବିଷୋୟୀ, ଜାନଭି ପଣ୍ଡା , ପ୍ରେମ ଚାନ୍ଦ ପଟ୍ଟନାୟକ, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ପି ରବିକାନ୍ତ ରଘୁରାମ, କିଶୋର ଚନ୍ଦ୍ର ମିଶ୍ର, ସବିତା ଶତପଥି, ସରୋଜ କୁମାର ତ୍ରିପାଠୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ. କୈଳାଶ ଚନ୍ଦ୍ର ପାତ୍ର, କୁମୁଦ ଚନ୍ଦ୍ର ପଟ୍ଟନାୟକ, କୈଳାଶ ବେହେରା , ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗଣେଶ୍ୱର ଦାଶ, ଦାମୋଦର ବିଷୋୟୀ, ପ୍ରଭାସିନୀ ମହାନ୍ତି,ଲକ୍ଷ୍ମୀ କାନ୍ତ ମିଶ୍ର, ପର୍ଶୁରାମ ସାହୁ, ଓକିଲ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ସାମ୍ବାଦିକା ପ୍ରଭାତୀ ବିଷୋୟୀ, ଭାରତୀ ବିଷୋୟୀ ,ଗୋପାଳ କୃଷ୍ଣ ମହାପାତ୍ର, ହୃଷୀକେଶ ଦାଶ ପ୍ରମୁଖଙ୍କ ସହ ୫୦ରୁ ଅଧିକ ସଂଖ୍ୟକ କବି , ଲେଖକ, ଅଧ୍ୟାପକ ଓ ବୁଦ୍ଧିଜୀବୀ ମାନେ ଏଥିରେ ଯୋଗଦାନ କରିଥିଲେ । ଜଗନ୍ନାଥ ବେହୁର ଓ ଜାହ୍ନବୀ ପଣ୍ଡା କବିତା ପାଠ କାର୍ଯ୍ୟକ୍ରମରେ ପରିଚାଳନା କରିଥିବାବେଳେ ପ୍ରଫୁଲ କୁମାର ପଣ୍ଡା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ କର୍ମୀ ତ୍ରିବିକ୍ରମ ନନ୍ଦଙ୍କୁ ଗୋପବନ୍ଧୁ ବିଷୋୟୀ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 1 =