ପ୍ରାକ୍‌ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ବୈଠକ

0 83

ପୁରୀ: ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଗର୍ଭଧାରଣ ପୂର୍ବରୁ ବା ପରେ ଲିଙ୍ଗ ନିରୂପଣ ପଦ୍ଧତି ଗୁଡିକର ବ୍ୟବହାର କରି ଲିଙ୍ଗ ଭିତ୍ତିକ ଗର୍ଭପାତ କରୁଥିବା ଡାକ୍ତରୀ ସଂସ୍ଥା, କ୍ଲିନିକ କିମ୍ବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି । ଏ ସଂକ୍ରାନ୍ତୀୟ ଅଭିଯୋଗ ଆସିବା ପରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ନିମାପଡା ଅଞ୍ଚଳରେ ଏଭଳି ବେଆଇନ କାର୍ଯ୍ୟରେ ସଂପୃକ୍ତି ଅଭିଯୋଗରେ ପ୍ରସୂତି ବିଭାଗର ଡଃ ବାଚସ୍ପତି ଦାଶଙ୍କୁ ଗତ ଜୁନ ମାସରେ ଚାକିରିରୁ ବହିଷ୍କାର କରାଯାଇଛି । ଗତବର୍ଷ ଜିଲ୍ଲାରେ ଏକ ହଜାର ପୁଅଙ୍କ ତୁଳନାରେ ୯୪୯ ଜଣ ଝିଅ ଜନ୍ମ ଗ୍ରହଣ କରିଛନ୍ତି । ଲିଙ୍ଗ ଅନୁପାତ କମ୍‌ ରହୁଥିବା ଉକକେନ୍ଦ୍ର ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଏଡିଏମଓ ଡଃ ପ୍ରଣବ ଶଙ୍କର ଦାଶ, ଡଃ ଦେବୀ ପ୍ରାସଦ ମିଶ୍ର, ରୋଟାରୀ କ୍ଲବର ନାରାୟଣ ଦାଶ, ସମାଜସେବୀ ସିଦ୍ଧାର୍ଥ ରାୟ, ଆଇନଜିବୀ ରମାଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × 2 =