ଇତିହାସ ରଚିଲେ ଶ୍ରେୟସ ଆୟର

0 226

କାନପୁର : କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ୍‌ ଆୟର୍‌ ଇତିହାସ ସୃଷ୍ଟି କରିଛନ୍ତି । ଶ୍ରେୟସ୍‌ ବର୍ତ୍ତମାନ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବରେ ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ ଓ ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତରୁ ଟେଷ୍ଟ କ୍ରିକେଟରେ ଏପରି ଦୁଇ ଜଣ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି, ଯେଉଁମାନେ ଡେବ୍ୟୁ ଟେଷ୍ଟରେ ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଗୋଟିଏ ଶତକ ସହ ଅନ୍ୟ ଇନିଂସରେ ଅର୍ଦ୍ଧଶତକ କେହି କରିପାରିନଥିଲେ । ଏଥିରେ ଦିଲୱାର ହୁସେନ୍‌ ଏବଂ ମହାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କରଙ୍କ ନାମ ଅନ୍ତର୍ଭୁକ୍ତ । ୧୯୩୩–୩୪ ମସିହାରେ ଇଂଲଣ୍ଡ ବିପକ୍ଷ କୋଲକାତା ଟେଷ୍ଟରେ ଦିଲାୱାର ପ୍ରଥମ ଇନିଂସରେ ୫୯ ଏବଂ ଦ୍ୱିତୀୟ ଇନିଂସରେ ୫୭ ସ୍କୋର କରିଥିଲେ । ଏହା ବ୍ୟତୀତ ଗାଭାସ୍କର ୧୯୭୦-୭୧ ମସିହାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୬୫ ଓ ୬୭ ରନର ଏକ ଇନିଂସ ଖେଳିଥିଲେ ।

hiranchal ad1
Leave A Reply

Your email address will not be published.

4 × 1 =