ଖୋଲିଲାଣି ସ୍କୁଲ, ଷଷ୍ଠଶ୍ରେଣୀ ଛାତ୍ରୀଙ୍କ ପାଖରେ ଖବର ନାହିଁ ! ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି ମୂଳା ପରିବା

0 145

ଦାରିଙ୍ଗବାଡ଼ି : କୋଭିଡ ମହାମାରୀ ଯୋଗୁଁ ସମଗ୍ର ଓଡ଼ିଶାରେ ୨ବର୍ଷ ହେବ ସ୍କୁଲରେ ପ୍ରାଥମିକ ଶିକ୍ଷାଦାନ ବନ୍ଦ ରହିଥିଲା । କୋଭିଡ କଟକଣାରେ ସାମାନ୍ୟ କୋହଳ ସହିତ ପଜିଟିଭ ହାର ହ୍ରାସ ପରେ ଯୁକ୍ତ ଦୁଇ,ଏକାଦଶ ପରେ ଦଶମ ନବମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀ ଗୃହ ଶିକ୍ଷା ଆରମ୍ଭ ହୋଇଥିଲା । ଏହାପରେ ଦୀର୍ଘ ୧୮ମାସ ପରେ ଗତକାଲି ଠାରୁ ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଖୋଲିଛି । ୨ବର୍ଷ ଧରି ସ୍କୁଲ ବନ୍ଦ ଥିବା ବେଳେ ରାଜ୍ୟରେ ଅନଲାଇନ ଶିକ୍ଷା ପ୍ରଚଳନ ହୋଇଥିବା ବେଳେ ଅନେକ ଗରିବ ପରିବାରର ଛାତ୍ରଛାତ୍ରୀମାନେ କିଏ ନେଟୱର୍କ ନଥିବା ହେଉ ଅବା କିଏ ଅର୍ଥ ଅଭାବରୁ ପାଖରେ ସ୍ମାର୍ଟ ଫୋନ ନଥିବା ଯୋଗୁଁ ଅନଲାଇନରେ ପାଠ ପଢ଼ି ପାରିନଥିଲେ । ତେବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଗତକାଲିଠାରୁ ଖୋଲିବା ଏବଂ ଶ୍ରେଣୀ ଗୃହରେ ଶିକ୍ଷା ଦାନ ଆରମ୍ଭ ହୋଇଥିବା ନେଇ ଦାରିଙ୍ଗବାଡି ବ୍ଲକ ବାଡ଼ା ବାଙ୍ଗା ପଞ୍ଚାୟତ କଟାସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ରାଜେଶ ପ୍ରଧାନ ଝିଅ ସୂଚନା ପାଇନାହାନ୍ତି । ମାଆଙ୍କ ସହ ଗାଁ ଗାଁ ବୁଲି ପନିପରିବା ବିକ୍ରି କରୁଛନ୍ତି । ଆଜି ସେ ମାଆଙ୍କ ସହ ସିମନବାଡ଼ି ବଜାରରେ ପରିବା ବିକ୍ରି କରୁଥିବା ସମୟରେ ଆମ ପ୍ରତିନିଧି ତାଙ୍କୁ ଭେଟିଥିଲେ । ଏନେଇ ଛାତ୍ରୀ ଜଣଙ୍କ ସହିତ ଆଲୋଚନା କରିବାରୁ ସେ କହିଥିଲେ ୨ବର୍ଷ ହେଲା ସ୍କୁଲ ବନ୍ଦ ଥିଲା ସ୍କୁଲ ଖୋଲିଥିବା ନେଇ ତାଙ୍କୁ କିମ୍ବା ତାଙ୍କ ପିତାମାତାଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା କୌଣସି ଶିକ୍ଷକ ସୂଚନା ଦେଇ ନାହାନ୍ତି । ସ୍କୁଲ ଖୋଲିବା ବାବଦରେ ଜାଣିଥିଲେ ସେ ଖୁସି ଖୁସିରେ ସ୍କୁଲ ଯାଇଥାନ୍ତେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଛାତ୍ରୀଙ୍କ ମା’ଙ୍କୁ ଏ ବାବଦରେ ପଚାରିବାରୁ ଷଷ୍ଠ ଶ୍ରେଣୀ ପିଲାଙ୍କ ସ୍କୁଲରେ ପାଠ ପଢ଼ା ଡିସେମ୍ବର ମାସରେ ହେବ ବୋଲି କଟାସିଂ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ କହିଥିଲେ । ତେଣୁ ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଯାହା ପନିପରିବା ଚାଷ କରନ୍ତି ତାହାକୁ ବିକ୍ରି କରିବାକୁ ଗଲାବେଳେ ଝିଅକୁ ନେଇ ଯାଇଥାନ୍ତି । ମଙ୍ଗଳବାର ସ୍କୁଲ ଖୋଲିବା ନେଇ ସେ ଜମାରୁ ଜାଣିନଥିଲୋ । ସିମନବାଡ଼ି ବଜାରରେ ଆଜି ମୂଳା ବିକ୍ରି କରିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଇ ଫେରିବା ଦେଖି ସ୍କୁଲ ଖୋଲିବା ଜାଣିଥିଲେ । ଆଗରୁ ଜାଣିଥିଲେ ତାଙ୍କ ଝିଅ ମଧ୍ୟ ଆଜି ସ୍କୁଲ ଯାଇଥାନ୍ତା, ବଜାରରେ ବସି ମୂଳା ବିକ୍ରି କରିବାକୁ ସେ ଝିଅକୁ ଜମାରୁ ଦେଇ ନଥାନ୍ତେ ବୋଲି ପ୍ରକାଶ କରିଛନ୍ତି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି କି ଯେ, ଏହି ଛାତ୍ରୀଙ୍କ ପରି ଆହୁରି ଅନେକ ଛାତ୍ରୀ ସ୍କୁଲ ଖୋଲିବା ସଂପର୍କ ନଜାଣି ସ୍କୁଲ ନଯାଇ ଏଭଳି କିଛି କାମରେ ଲିପ୍ତ ଥାଇପାରନ୍ତି । ତେଣୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟ ଏଥି ପ୍ରତି ଦୃଷ୍ଟି ଦେଇ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିଥିବା ନେଇ ବ୍ଲକର ଗାଁ ଗାଁ ରେ ସୂଚନା ଦେବା ପାଇଁ ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

seventeen − seven =