ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ

0 175

ନବରଙ୍ଗପୁର: ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ ଗୃହରେଠାରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା । ଏହି ସଭାରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିଜୟ କୁମାର ମିଶ୍ର ଓ ଅଧ୍ୟାପିକା ଡ. ସଂଯୁକ୍ତା ପଣ୍ଡା ନିମନ୍ତ୍ରିତ ହୋଇଥିବା ବେଳେ ଏଡିଏମଶ୍ରୀ ଭାସ୍କର ରଇତ, ଉପଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ପିଏ ଆଇଟିଡିଏ ରତ୍ନାକର ସାହୁ, ଡିଇଓ ପ୍ରଦୀପ କୁମାର ନାଗ ଅତିଥି ଭାବେ ଓ ଓଡ଼ିଶା ସାମ୍ବାଦିକ ସଂଘ ସଭାପତି ଶ୍ରୀବାଙ୍କ ବିହାରୀ ବିଶୋଇ, ଓୟୁଜେ ସଂଘର ସଭାପତି ସୁଶାନ୍ତ ବେହେରା ଓ ଏସ୍‌ୟୁଜେ ସଂଘର ସମ୍ପାଦକ ସଦାଶିବ ପ୍ରହରାଜ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ସଭାରେ ଆଲୋଚନାର ବିଷୟବସ୍ତୁ “ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମ ଏକ ନୂତନ ଆହ୍ୱାନ’ ବିଷୟରେ ସମସ୍ତେ ନିଜ ନିଜ ମତ ପରିପ୍ରକାଶ କରିଥଲେ । ଡ. ସଂଯୁକ୍ତା ପାଣ୍ଡା ସ୍ୱଳ୍ପ ସମୟର ଅଭିଭାଷଣରେ ଗଣମାଧ୍ୟମ ଗଣଙ୍କ ହିତରେ ସୂଚନା ଓ ସଚେତନତା ସୃଷ୍ଟି କରିବା ଉଚିତ ବୋଲି କହିଥିଲେ । ଡ. ବିଜୟ କୁମାର ମିଶ୍ର ସାମ୍ବାଦିକତାରେ ତିନିଟା ଦିଗ ଯଥା ସୂଚନା ଦେବା, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ଏବଂ ବିଷୟର ଗୁଣ ଓ ଦୁର୍ଗୁଣ ବିଷୟରେ ଖବର ପ୍ରଚାର ଓ ପ୍ରସାର କରିବା କ୍ଷେତ୍ରରେ ଆଲୋକପାତ କରିଥିଲେ । ଓୟୁଜେ ସଭାପତି ଶ୍ରୀ ବିଶୋଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ମହାମାରୀ ପରିପ୍ରେକ୍ଷୀରେ ସାରା ବିଶ୍ୱ ଓ ଆମ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଯୋଉ ଅସୁବିଧା ହେଲା ତାହା ଦର୍ଶାଇଥିଲେ । ଯଦି ସାମ୍ବାଦିକ ମାନେ ଯେକୌଣସି ବିଷୟରେ ସତ୍ୟ ଖବର ପ୍ରଚାର କଲେ ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଜିଲ୍ଲାପାଳ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି କଥା ଯୋଡ଼ିଥିଲେ । ସମସ୍ତ ସାମ୍ବାଦିକ ଓ ଅତିଥିଗଣ ନିଜ ପରିଚୟ ପ୍ରଦାନ କରିଥଲେ । ଜିଲ୍ଲାପାଳ ସମସ୍ତ ସାମ୍ବାଦିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସାରା ବିଶ୍ୱର ସାମ୍ବାଦିକ ଏହି ମହାମାରୀ ପରିପ୍ରେକ୍ଷୀରେ ଅସୁବିଧାର ସମ୍ମୁଖିନ ହୋଇ ମଧ୍ୟ ଯେଉଁ ଭଳି ଖବର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ନିଜ ନିର୍ଭୀକତା ଦେଖାଇଥିଲେ ତାହାର ପ୍ରଶଂସା କରିଥିଲେ ।
ଜିଲ୍ଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମ ପାଇଁ ଅତି ସ୍ୱଳ୍ପ ସମୟ ଦେଇଥିବାରୁ ଓ ଅତି ଶୀଘ୍ର ସଭା ସାରିବାକୁ ଲୋକସଂପର୍କ ଅଧିକାରୀ କହିଥିବାରୁ ସାମ୍ବାଦିକ ମାନେ ଅସନ୍ତୋଷ ପ୍ରକାଶ କରିଥଲେ । କିଛି ସାମ୍ବାଦିକ ଆଜିର ଦିନଟି ଆଲୋଚନା ଓ ପର୍ଯ୍ୟଲୋଚନା କରିବା ଦିନରେ ଏଭଳି ତରବରିଆ ଭାବେ କାର୍ଯ୍ୟକ୍ରମ ସାରିବା ସାମ୍ବାଦିମାନଙ୍କ ପାଇଁ ଅପମାନ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

six − 6 =