ଦାରିଙ୍ଗବାଡ଼ିରେ ୧୮ମାସ ପରେ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ ଶ୍ରେଣୀ ଶିକ୍ଷାଦାନ

0 128

ଦାରିଙ୍ଗବାଡ଼ି : ଦୀର୍ଘ ୧୮ମାସ ପୂର୍ବରୁ ପଞ୍ଚମ ଶ୍ରେଣୀ ଓ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଶେଷ ଥର ପାଇଁ ସ୍କୁଲ ଆସିଥିଲେ । ମହାମାରୀ କରୋନା ଯୋଗୁଁ ରାଜ୍ୟରେ ଶ୍ରେଣୀ ଗୃହରେ ଶିକ୍ଷା ବ୍ୟବସ୍ଥା ବନ୍ଦ ହୋଇ ଥିଲା । ୧୮ମାସ କାଳ ଘରେ ରହି ୨ଟା କ୍ଲାସ ଡେଇଁଛନ୍ତି ଛାତ୍ରଛାତ୍ରୀ । ତେବେ କୋଭିଡର ୨ୟ ଲହର ପରେ ରାଜ୍ୟରେ ପର୍ଯ୍ୟାୟ କ୍ରମେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିଛି ପ୍ରଥମେ ଦଶମ ନବମ ପରେ ଅଷ୍ଟମ ଶ୍ରେଣୀ ଖୋଲିଥିଲା ତେବେ ଗତକାଲି ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଖୋଲିଛି ତେବେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଗତକାଲି ଆଞ୍ଚଳିକ ଛୁଟି ଥିବାରୁ ମଙ୍ଗଳବାର ଠାରୁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି । ଦୀର୍ଘ ୧୮ମାସ ପରେ ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲରେ ପାଦ ପକାଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜ ଛାତ୍ର ଛାତ୍ରୀଙ୍କୁ ଫୁଲ ଦେଇ ସ୍ୱାଗତ ଜଣାଇଥିଲେ । ସିମନ ବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସକାଳେ ସାଢେ ୯ଟା ସମୟରେ ଷଷ୍ଟ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଫୁଲ ପକାଇ ସାନିଟାଇଜର ହାତରେ ମାରି ସ୍କୁଲ ପରିବେଶକୁ ସ୍ୱାଗତ କରିଥିଲେ । ଦୀର୍ଘ ଦିନ ପରେ ସ୍କୁଲ ଖୋଲିବା ଯୋଗୁଁ ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପାଖରେ ପାଇ ଖୁବ ଖୁସି ପ୍ରକଟ କରିଛନ୍ତି । ଅନ୍ୟ ପକ୍ଷରେ ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହ ଶିକ୍ଷାଦାନ ଆରମ୍ଭ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି । ବର୍ତ୍ତମାନ ସକାଳ ସାଢେ଼ ୯ଟାରୁ ୧ଟା ପର୍ଯ୍ୟନ୍ତ ଶିକ୍ଷାଦାନ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତେବେ କୋଭିଡ କଟକଣା ଯୋଗୁଁ ଦୀର୍ଘ ଦିନ ପରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିଥିବା କାରଣରୁ ପ୍ରଥମ ଦିନେ ଦୁଇ ଦିନ ସେମାନଙ୍କୁ କାଉନସେଲିଂ କରିବା ସହିତ ମାସ୍କ ପିନ୍ଧିବା ସାମାଜିକ ଦୂରତା ବଜାୟ ରଖିବା ସହ ସାନିଟାଇଜର ବ୍ୟବହାର କରିବା ନେଇ ସେମାନଙ୍କ ସହିତ ଆଲୋଚନା କରି ଯେହେତୁ ପ୍ରାୟ ୨ବର୍ଷ ହେଲା ଛାତ୍ରଛାତ୍ରୀମାନେ ସ୍କୁଲଠାରୁ ଦୂରରେ ରହିଥିଲେ । ତେଣୁ ପିଲାମାନଙ୍କୁ ପାଠ ପଢିବା ଦିଗରେ ଆକର୍ଷିତ କରାଯିବ ବୋଲି ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିତା ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସମୟରେ ପ୍ରକାଶ କରିଛନ୍ତି । ସ୍ୱାଗତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ମାଧୁରୀ ଦିଗାଲ, ଅନ୍ନପୂର୍ଣ୍ଣା ପ୍ରଧାନ, କ୍ରିଷ୍ନା କୁମାରୀ ସିଂ, କଳ୍ପନା ସେଠୀ, ସୁନତା ପ୍ରଧାନ, ସରସ୍ୱତୀ ବିଶ୍ୱାଳ, ସୋନାଲିସା ସାହୁ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

14 + two =