ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ନିକଟସ୍ଥ ରାଣିପେଣ୍ଠାର କୃଷି କ୍ଷେତ୍ରରେ କାର୍ଯ୍ୟରତ କୃଷକମାନଙ୍କ ପାଇଁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ କଲ୍ୟାଣ ସମିତିସଦସ୍ୟା ଶ୍ରୀମତି ଅଳକା ସାହୁ, ସାଂମ୍ମାନୀତ ଅତିଥି ଭାବେ ମହିଳା ମହା ବିଦ୍ୟାଳୟର ଅଧ୍ୟାପିକା ଡକ୍ଟର କଲ୍ୟାଣୀ ମିଶ୍ର କୃଷକମାନଙ୍କୁ ରାକ୍ଷୀ ବାନ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଦେଶକୁ ଖାଦ୍ୟଯୋଗାଇ ଆସୁଥିବା କୃଷକମାନଙ୍କୁ ଚନ୍ଦନ ସିନ୍ଦୁର ପୁଷ୍ପ ଓ ଉପଢୌକନ ଦେଇ ହୁଳହୁଳି ମାଧ୍ୟମରେ ସେମାନଙ୍କୁ ବନ୍ଦାପନା କରାଯାଇ ଥିଲା । ମିଷ୍ଟାନ୍ନ, ବିସ୍କୁଟ ଓ ଓଆରଏସ ମାସ୍କ ବଣ୍ଟନ ସହ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧି ଦେଇ ସେମାନଙ୍କର ଦୀର୍ଘାୟୁ କାମନା କରାଯାଇଥିଲା । ନିଜ ଜୀବନ ବାଜି ଲଗାଇ ଅନ୍ୟମାନଙ୍କୁ ଆହାର ଯୋଗାଇ ଆସୁଥିବା କୃଷକ ହିଁ ପ୍ରକୃତରେ ଦେଶର ରକ୍ଷକ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ନିଆରା ଢଙ୍ଗରେ ଆକାଂକ୍ଷା ଏହି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛି । ଏହି କାର୍ଯ୍ୟକ୍ରମ ଆଶାଲତା ପାଣିଗ୍ରାହୀ, ଶ୍ରୀମତି ମିନା କୁମାରୀ ଟହଲ, ଶ୍ରୀମତି ଅନିତା ମିଶ୍ର, ସ୍ୱର୍ଣ୍ଣପ୍ରଭା ପାଠୀ, ମମତା ପାଢ଼ୀ, ଉଷା ରାଣୀ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଫଳ ପରିଚାଳନା କରିଥିଲେ ।