ମାଧୋ ସିଂ ଶହୀଦ ଦିବସ ପାଳନ ପାଇଁ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

0 110

ପାଟଣାଗଡ: ସର୍ବଭାରତୀୟ ବିଞ୍ଝାଲ ସମାଜ ବଲାଙ୍ଗୀର ପକ୍ଷରୁ ମାଧୋସିଂ ଶହୀଦ ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବେଲପଡା ବ୍ଳକ ବେହେରାମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବଭାରତୀୟ ବିଞ୍ଝାଲ ସମାଜର ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା ସହ ସାମୂହିକ ପ୍ରାର୍ଥନା କରାଯାଇଥିଲା । ଏଥିରେ ସର୍ବଭାରତୀୟ ବିଞ୍ଝାଲ ସମାଜ ଉପଲାଟ ସଭାପତି ତଥା ବଲାଙ୍ଗୀର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି, ଜିଲ୍ଲା ଉପ ସଭାପତି ଅର୍ଜୁନ ବରିହା, ବଲାଙ୍ଗୀର ବ୍ଲକ ସଭାପତି କୁଶ ବରିହା, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସର୍ବ ଭାରତୀୟ ବିଞ୍ଝାଲ ସମାଜର ଗର୍ବ ଓ ଗୌରବର ତଥା ଶହିଦ ବୀର ମାଧୋସିଂଙ୍କ ଶହୀଦ ଦିବସ ଡିସେମ୍ବର ୩୧ ରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶହୀଦ ଦିବସ ପାଳନ ଅବସରରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ଉପଖଣ୍ଡ ର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ୩୦.୧୨.୨୦୨୧ ଦିନ କରମା ସମ୍ମିଳନୀ, ଶିକ୍ଷାବିତ ଗନିତ ତାଲିମ ଶିବିର ଲରମ୍ଭା ଠାରେ ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ୨୦୨୨ ନୂତନ ବର୍ଷ ରେ କରମା ସମ୍ମିଳନୀ ବେଲପଡା ବ୍ଳକ ବେହେରାମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହେବ ବୋଲି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଆଗତ କରାଯାଇଥିଲା । ସମାଜର ବୈବାହିକ ସମ୍ବନ୍ଧୀୟ ଦାମ୍ପତ୍ୟ ଜୀବନ ରେ ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ଦୀର୍ଘଦିନ ଧରି ମନୋମାଲିନ୍ୟ ରହି ଆସୁଥିଲା ଏହାକୁ ନେଇ ଉଭୟ ପକ୍ଷରୁ ସାମାଜିକ ଆଧାରରେ ପରସ୍ପର ମଧ୍ୟରେ ସଠିକ ବୁଝାମଣା କରି ସର୍ବ ଭାରତୀୟ ବିଞ୍ଝାଲ ସମାଜ ସମ୍ମିଧାନ ଅନୁଚ୍ଛେଦର ଧାରା ଅନୁଯାୟୀ ସମାଧାନ କରାଯାଇଥିଲା । ସମାଜରେ ବାରମ୍ବାର ପାରିବାରିକ କଲହ ଘଟୁଥିବା ହେତୁ ଆମ ସମାଜରେ ଶାନ୍ତି ସ୍ଥାପନ ପରିବର୍ତ୍ତେ ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ମୁଖ୍ୟ ଅତିଥି ଶ୍ରୀ ବାଗ ତାଙ୍କ ବକ୍ତବ୍ୟରେ କହିଥିଲେ । ତେଣୁ ଶାନ୍ତି ଶୃଙ୍ଖଳିତ ସମାଜ ଗଠନ କରିବା ହେଲେ ଶିକ୍ଷାର ଆବଶ୍ୟକ ରହିଛି ବୋଲି କହିଥିଲେ । ଏଥିରେ ବେଲପଡା, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ଖପ୍ରାଖୋଲ, ପାଟଣାଗଡ଼, ବଲାଙ୍ଗୀର, ଲୋଇସିଂହା ଆଦି ବ୍ଳକର ବ୍ଳକ କମିଟିର ସଭାପତି ବନମାଳୀ ବରିହା, ଶାନ୍ତନୁ ବରିହା, ଟିକେଚନ ବରିହା, ହରି ବରିହା, ମହନ ବରିହା, ଛବି ବରିହା, ଛବିଲାଲ ବରିହା ପ୍ରମୁଖଙ୍କ ସମେତ ପଞ୍ଚାୟତ କମିଟି, ଉପଦେଷ୍ଟା ମଣ୍ଡଳୀ ସମସ୍ତ କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ । ସମାଜର ଶତାଧିକ କର୍ମକର୍ତ୍ତା ସଦସ୍ୟ ମହିଳା ପୁରୁଷ ଯୋଗଦେଇ ଥିଲେ । ବେଲପଡା ବ୍ଳକ ସମ୍ପାଦକ ଦୁର୍ଯୋଧନ ବରିହା ସଭା ପରିଚାଲନା କରିଥିବା ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen + eleven =