ବାଲିଗୁଡ଼ା : ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି । ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ଠିକାଦାରଙ୍କ ନିକଟରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ । ସୂଚନା ପ୍ରକାରେ ଠିକାଦାର ପଦ୍ମଚରଣ ପାଣିଗ୍ରାହୀଙ୍କ ସିକ୍ୟୁରିଟି ଟଙ୍କା ବିଭାଗରେ ଥିଲା ସେହି ଟଙ୍କା ଫେରସ୍ତ ନେବାପାଇଁ କିରାଣୀଙ୍କ ନିକଟକୁ ଯାଇଥିଲେ ଠିକାଦାର । ବିଲ୍ କରାଇଦେବାକୁ ପୂର୍ବରୁ ଦୁଇହଜାର ଟଙ୍କା ଦେଇଥିବା ବେଳେ ଆଉ ୬ ହଜାର ଟଙ୍କା ଦେଲେ ବିଲ୍ ହେବ ବୋଲି କହିଥିଲେ କିରାଣୀ ବସନ୍ତ ପାଣି । ଆଜି ବକେୟା ୬ ହଜାର ଟଙ୍କା ଦେବାବେଳେ କାର୍ଯ୍ୟାଳୟରୁ ଫୁଲବାଣୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ବର୍ତ୍ତମାନ କିରାଣିଙ୍କ ନିଜ ବାସ ଭବନରେ ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା । ତଦନ୍ତ ପରେ ସମ୍ପତ୍ତିର ଆକଳନ ହେବ ବୋଲି କହିଛନ୍ତି ଡିଏସପି ଅରୁଣ କୁମାର ନାୟକ ।