ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ

0 107

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲାପାଳ ସମ୍ମିଳନୀ କକ୍ଷ-୧ ଠାରେ ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଗଜପତି ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠି ବିଗତ ଖରିଫ ଧାନକିଣା ଋତୁରେ ସଫଳ ଭାବରେ ଚାଷୀ ମାନଙ୍କୁ ଠାରୁ ଧାନ ସଂଗ୍ରହ ହୋଇଥିବାର ସୂଚନା ପ୍ରଦାନ କଲେ ଓ ଚଳିତ ଖରିଫ ଧାନସଂଗ୍ରହ ଋତୁ -୨୦୨୧-୨୨ ପାଇଁ ସରକାର ଗଜପତି ଜିଲ୍ଲା ପାଇଁ ପ୍ରଥମ କିସ୍ତରେ -୫, ୬୬୧୧୯.୪୦୨ ମେଟ୍ରିକଟନ ଧାନ କ୍ରୟ ପାଇଁ ଟାର୍ଗେଟ ପ୍ରଦାନ କରିଥିବାର ସୂଚନା ଦେଲେ । ଆରଏମସି ସେକେଟାରୀ ପାରଳାଖେମୁଣ୍ଡି ଜିଲ୍ଲାର -୪୪ଟି ସେବା ସମବାୟ ସମିତିରେ ଧାନ ସଂଗ୍ରହ ପାଇଁ ଆବଶ୍ୟକୟ ସମସ୍ତ ଉପକରଣ ଯୋଗାଣ କରାଯାଇଥିବାର ସୂଚନା ଦେଲେ । ଆବଶ୍ୟକ ସ୍ଥଳେ ଅଧିକ ପରିମାଣର ଟାର୍ପୋଲିନ ଓ ଚାଷୀଙ୍କ ଠାରୁ ସଂଗୃହିତ ଧାନ ସଂରକ୍ଷିତ କରିବା ପାଇଁ ଗୋଦାମ ଯୋଗାଇ ଦେବେ ବୋଲି ସୂଚନା ଦେଲେ । ଏ. ଆର ସି ଏମ୍‌ ଗଜପତି ସଭାକୁ ଉଦବୋଧନ ଦେଇ କହିଲେ ଯେ ବର୍ତ୍ତମାନ ଜିଲ୍ଲାରେ ୪୪ଟି ସୋସାଇଟି ମାଧ୍ୟମରେ ଧାନ ସଂରକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ୧୦/୧୨ଟି ଧାନ ସଂଗ୍ରହ ଉପକେନ୍ଦ୍ର ତୁରନ୍ତ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଗଲା । ଏଥି ସହିତ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ପାନୀୟ ଜଳ ଓ ମଧ୍ୟନ୍ନ ଭୋଜନ ଯୋଗାଣ ପାଇଁ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପସ୍ଥିତ ସଦସ୍ୟ ମାନଙ୍କୁ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଚାଷୀ ପ୍ରତିନିଧି, ମିଲର ପ୍ରତିନିଧି, ସାଂସଦ ପ୍ରତିନିଧି ଧାନ ସଂଗ୍ରହ ସମ୍ବନ୍ଧୀୟ ଆଲୋଚନାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଳାପାଳ ଓ ସମସ୍ତ ପ୍ରତିନିଧିମାନେ ଉପସ୍ଥିତ ଚାଷୀ ପ୍ରତିନିଧି, ମିଲର ପ୍ରତିନିଧି, ଓ ସୋସାଇଟି କର୍ମକର୍ତ୍ତା ମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଉପଦେଶ ଦେଲେ ଓ ଚାଷୀମାନେ ଯେପରି ବିନା ବାଧାବିଘ୍ନରେ ଧାନ ବିକ୍ରି କରିପାରିବେ ସେ ଦିଗରେ ସତର୍କତାର ସହିତ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଉକ୍ତ ବୈଠକରେ ଆସନ୍ତା ମାସ ୨୮ ତାରିଖରେ ଗୋସାଣି ବ୍ଲକ ଓ ୨୯ ତାରିଖରେ ଗୁମ୍ମା ବ୍ଲକରେ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଏହି ବୈଠକ ପରିଚାଳନା କରିଥିଲେ । ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × 4 =