ଦଶପଲ୍ଲା :ନୟାଗଡର ଅତିରିକ୍ତ ଜିଲ୍ଲା ଜଜ ତଥା ପୋକ୍ସୋ କୋର୍ଟ ବିଚାରପତି ଇତିଶ୍ରୀ ମହାପାତ୍ରଙ୍କୁ ଦଶପଲ୍ଲା ବାର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମାନ୍ୟବର ଜକ ଦଶପଲ୍ଲାକୁ କ୍ୟାମ୍ପ କୋର୍ଟ କରିବା ପାଇଁ ପ୍ରଥମେ ଆସିଥିବାରୁ ଦଶପଲ୍ଲା ବାର ପକ୍ଷରୁ ତାଙ୍କୁ ସ୍ୱାଗତ କରା ଯାଇଥିଲା । ବାରର ଲାଇବ୍ରେରୀ ହଲ ଭିତରେ ସଭାପତି ସୁଶାନ୍ତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବରିଷ୍ଠ ଆଇନଜୀବୀ ଗୌରଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ଦାସ, ମାନସ କୁମାର ମହକୁଡ, କେଶବ ଚନ୍ଦ୍ର ମିଶ୍ର, ଚିତ୍ତରଞ୍ଜନ କର, ସୁଦାମ ପରିଡ଼ା, ବିନୋଦ ବିହାରୀ ମିଶ୍ର, ସମୀର ବାରିକ, ବିକ୍ରମ ସାହୁ ଓ ସଂଘର ସମ୍ପାଦକ ପ୍ରମୋଦ ସାହୁ ପ୍ରମୁଖ ସ୍ୱାଗତ ବକ୍ତବ୍ୟ ରଖିଥିଲେ । ସ୍ୱାଗତ ସମ୍ବର୍ଦ୍ଧନାର ଉତ୍ତର ରଖିଲା ବେଳେ ବିଚାରପତି ମହୋଦୟ ବିଚାର ବ୍ୟବସ୍ଥାରେ ବାର ଓ ବେଞ୍ଚ ଉଭୟେ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍,ତେଣୁ ପରସ୍ପରର ସହଯୋଗ ନିତାନ୍ତ ଆବଶ୍ୟକ । ଏହି ସଭାରେ ଦଶପଲ୍ଲା ବିଚାର ବିଭାଗ ମହିଷ୍ର୍ଟ୍ରେଟ ମିର୍ଜା ଆସଲମ୍ ବେଗ ଉପସ୍ଥିତ ଥିଲେ । ଶେଷରେ ସଭାପତି ଶ୍ରୀଯୁକ୍ତ ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ଶେଷ କରିଥିଲେ ।