ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ହାୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜିଲ୍ଲାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ବିକାଶ ଉଇସଡମ୍ ପାର୍କ ପରିସରରେ କଲେଜର ଅଧକ୍ଷ ଯୁବରାଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ବିକାଶ ଅନୁଷ୍ଠାନ ବରଗଡ଼ର ପରିଚାଳନା ନିର୍ଦ୍ଦେଶକ ଜି ଭାସ୍କର ରାଓ, ଡ଼ ଏସଏନ ପଣ୍ଡା, ଡ଼ି ଶ୍ୟାମ, ଡ଼ି ରାମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସମ୍ମାନିତ କରିଥିଲେ । ମେଧାବୀ ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା କିପରି ପାଇପାରିବେ ଏବଂ ନିଜ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ସହ ଦେଶ ଓ ଜାତିର ବିକାଶରେ ସହଯୋଗ କରିପାରିବେ ସେନେଇ ଉପସ୍ଥିତ ଅତିଥିମାନେ ମାର୍ଗ ଦର୍ଶନ କରିଥିଲେ । ଏଥିରେ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିବା ବେଳେ ଶେଷରେ ଅଶ୍ୱିନ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।