ମଣ୍ଡଳ ସ୍ତରୀୟ ସମର୍ଦ୍ଧନା ଉତ୍ସବ ପାଳିତ

0 67

ନବରଙ୍ଗପୁର: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ କଳାହାଣ୍ଡି ମଣ୍ଡଳାଧିଶ କମଳା କାନ୍ତ ପ୍ରହରାଜଙ୍କ ସଭାପତିତ୍ୱରେ ପବିତ୍ର ଗୁରୁଦିବାସ ଅବସରରେ ଓଡ଼ିଶାରେ ପ୍ରଥମ ଥର ପାଇଁ ମଣ୍ଡଳ ସ୍ତରୀୟ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାପାଳ ଡଃ କାମଳ କାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତ୍ତି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମର୍ଦ୍ଧିତ କରିଥିଲେ । ଏହି ଅବସରରେ ଗୁରୁ ଶିଷ୍ୟର ସମ୍ପର୍କ ଉପରେ ଆଲୋକପାତ କରିଥିଲେ । କଳାହାଣ୍ଡି ମଣ୍ଡଳ କ୍ଷେତ୍ରରୁ ମୋଟ ୧୧ ଜଣ ଶିକ୍ଷକ ସମ୍ବର୍ଦ୍ଧିତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ୱାଇଁ, ସନ୍ତୋଷ କୁମାର ଷଡଙ୍ଗୀ, ପ୍ରଶାନ୍ତ କୁମାର ଜେନା, ନିରଂଜନ ମହାପାତ୍ର, ପ୍ରଫୁଲ୍ଲ ପୂଜାରୀ, କିଶୋର ସିଲ ଏବଂ ହୃଷିକେଶ ମିଶ୍ର, କଳାହାଣ୍ଡି ଜିଲ୍ଲାରୁ ଦେବବ୍ୟାସ ପ୍ରଧାନ, ରାଜକୁମାର ଏବଂ ନୂଆପଡାରୁ ସନ୍ଦୀପ କୁମାର ଚନ୍ଦ୍ରକାର ଓ ଗଗନ ବିହାରୀ ଅଗସ୍ତି ସମ୍ବର୍ଦ୍ଧିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ନିରକ୍ଷକ ଉଦୟ ସିଂ ମାଝୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଶିକ୍ଷା ନିରୀକ୍ଷକ ସଙ୍ଘର ସଭାପତି ସାଧୁରାମ ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଲି କିଙ୍କର ପଟ୍ଟନାୟକ, ଗୋପାଳ ଚନ୍ଦ୍ର ମିଶ୍ର ଏବଂ ସୌରଭ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଥର ପାଇଁ କଳାହାଣ୍ଡି ମଣ୍ଡଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱରଚିତ ଗଳ୍ପ ଓ କବିତା ଗୁଡିକୁ ନେଇ ସମ୍ଭାବନା ନାମକ ଏକ ପତ୍ରିକା ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର ଉନ୍ମୋଚନ କରିଥିଲେ ।

hiranchal ad1
Leave A Reply

Your email address will not be published.

7 − 4 =