ବିଭିନ୍ନ ପ୍ରସଙ୍ଗ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା

0 109

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁରକୁ ସୌଜନ୍ୟମୂଳକ ସାକ୍ଷାତ କରି ସହରର ବିଭିନ୍ନ କୀର୍ତ୍ତିରାଜିର ସୁରକ୍ଷା ପ୍ରସଙ୍ଗ ନେଇ ବିଭିନ୍ନ ଦାବି ରଖିଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା । ଏହି ଅବସରରେ ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରରେ ରହିଥିବା ପୁରାତନ କୀର୍ତ୍ତିରାଜି ଓ ମନ୍ଦିର ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ । ଅଷ୍ଟଶମ୍ଭୁରୁ ଏକ ଶମ୍ଭୁଙ୍କୁ ଜନସାଧାରଣ ଏବେ ଆଉ ପ୍ରତ୍ୟହ ଦର୍ଶନ କରି ପାରୁନଥିବା ଖବର ଏକ ଓଡ଼ିଆ ଦୈନିକ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଏହାକୁ କର୍ମକର୍ତ୍ତା ମାନେ ଗୁରୁତର ସହିତ ନେଇ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ବିଷୟରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଅନ୍ୟାନ୍ୟ ପୁରୁଣା କୀର୍ତ୍ତିରାଜି ସମୁହ ବିଷୟରେ ମଧ୍ୟ ଆଲୋଚନା କରି ଜିଲ୍ଲାର ସଦର ମହକୁମାଠାରେ ଥିବା ବହୁ ଐତିହ୍ୟ ଗୁଣାବଳୀ ବହନ କରୁଥିବା ନିମୁହିଁ ମନ୍ଦିରକୁ ଐତିହାସିକ ସ୍ଥଳୀର ମାନ୍ୟତା ସହ ଏହାର ବିକାଶ ଉପରେ ମଧ୍ୟ କର୍ମକର୍ତ୍ତାମାନେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ବର୍ତ୍ତମାନର ପ୍ରଚଣ୍ଡ ରୌଦ୍ରତାପ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।
ଜିଲ୍ଲାରେ ପ୍ରବାହିତ ସମସ୍ତ ନଦୀନାଳମାନଙ୍କରେ ଆନିକଟ କରି ଜଳକୁ ରଖାଯିବା ସହ ଓ ବ୍ୟାପକ ବୃକ୍ଷରୋପଣ କରାଯିବା ଉପରେ ବର୍ତ୍ତମାନଠାରୁ ସର୍ବାଧିକ ଗୁରୁତ୍ୱ ଉପରେ ସମସ୍ତେ ଧ୍ୟାନ ଦେଲେ ଏହାର ସରଳ ସମାଧାନ ଆଶା ରହିବ ବୋଲି ମଞ୍ଚର କର୍ମକର୍ତ୍ତା ପ୍ରକାଶ କରିଥିଲେ । ପୌରସଂସ୍ଥା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସବୁ ମରାମତି କରିବା ତଥା ଅକାମୀ ଥିବା ଫ୍ରିଜର ସବୁକୁ ପରିବର୍ତ୍ତନ କରାଯିବା ଉପରେ ଗୁରୁତ୍ୱ ଦେବାସହ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଅଂଶୁଘାତ ଜନିତ ଦୁର୍ଘଟଣାରୁ ରକ୍ଷା ପାଇହେବ ବୋଲି ମଧ୍ୟ ମତାମତ ରଖିଥିଲେ ।
ଆଜିର ଏହି ଆଲୋଚନାରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର, ସମ୍ପାଦକ ଗୁଣନିଧି ମେହେର, ବାଙ୍କାନିଧି ରାୟଗୁରୁ, ଦୁଃଖିରାମ ନାୟକ, ବିନୋଦ ମେହେର, ଚନ୍ଦ୍ରଶେଖର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

seven + twenty =