ମାସ୍କ ବାଣ୍ଟିଲେ ମନ୍ତ୍ରୀ ଓ ସାଂସଦ

0 119

କରୋନା ମହାମାରୀର ମୁକାବିଲା ସହ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ହେଲେ ସାମାଜିକତ ଦୂରତା ଏବଂ ମାସ୍ତ୍ର ପରିଧାନ ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କରିଛନ୍ତି । ଏହି ସମୟରେ ଲୋକେ ମାସ୍କ ପାଇଁ ଗହଳି ଲଗାଉଥିବା ବେଳେ ଏହାର ସୁଯୋଗ ନେଇ ଦୋକାନୀମାନେ ନାହିଁନଥିବା ଦରବୃଦ୍ଧି କରୁଛନ୍ତି । ଏଭଳି ସମୟରେ ବ୍ରହ୍ମପୁର ସଂସଦ ଚନ୍ଦ୍ରଶେଖର ସାହୁ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତି ଜିଲ୍ଲା ଗସ୍ତରେ ଆସି ପ୍ରାୟ ୫ହଜାର ମାସ୍କ ବଂଟନ କରିଛନ୍ତି । ଦଳର ବ୍ଲକ ସଭାପତି ଏବଂ ପୌରୀଚଳ ସଭାପତିମାନଙ୍କୁ ଏହା ପ୍ରଦାନ କରି ଆବଶ୍ୟକ ଥିବା ଲୋକଙ୍କୁ ଏହା ପ୍ରଦାନ କରିବାକୁ କହିଛନ୍ତି ।

hiring

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ବାରା ଅନେକ ଲୋକଙ୍କ ଜଦୀବନ ବଂଚିପାରୁଛି । ତେଣୁ ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରିବା ସହ ଅଧିକରୁ ଅଧିକ ରକ୍ତ କିଭଳି ସଂଗୃହୀତ ହୋଇପାରିବ ସେନେଇ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି ଉଭୟ ମନ୍ତ୍ରୀ ଓ ସାଂସଦ କହିଥିଲେ । ଏହି ଅବସରରେ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ.ଲିଙ୍ଗରାଜ,ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ବିଜେଡି ନେତା ରଘୁରାମ ସାହୁ, ବିଭିନ୍ନ ବ୍ଲକର ସଭାପତିମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 − ten =