ଖାଉଟିଙ୍କ ଉପରେ ମହଙ୍ଗା ମାଡ, ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର

0 99

ନୂଆଦିଲ୍ଲୀ: ମାସର ପ୍ରଥମ ଦିନରେ ଖାଉଟିଙ୍କ ଉପରେ ପଡିଲା ମହଙ୍ଗା ଛାଟ । ବଢିଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର । ଅଣ ସବ୍‌ସିଡି ଯୁକ୍ତ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୨୫ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁଯାୟୀ ଏବେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଖାଉଟିଙ୍କୁ ୮୮୪.୫ ଟଙ୍କା ଦେବାକୁ ପଡିବ ।
ଏହାପୂର୍ବରୁ ଅଗଷ୍ଟ ୧୮ରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର ୨୫.୫୦ ପଇସା ବୃଦ୍ଧି ପାଇଥିଲା । ଗଲା ୧୫ ଦିନ ମଧ୍ୟରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦର ୫୦ ଟଙ୍କା ଯାଏଁ ବୃଦ୍ଧି ପାଇଛି । ସେହିପରି ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୭୫ ଟଙ୍କା ଦାମ୍‌ ବଢିଛି ।
ସୂଚନା ମୁତାବକ, ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ କରନ୍ତି । ୨୦୨୧ ବର୍ଷ ଆରମ୍ଭରେ ଅର୍ଥାତ୍‌ ଜାନୁଆରୀ ମାସରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୬୯୪ ଟଙ୍କା ଥିଲା, ଏହା ବର୍ତ୍ତମାନ ୮୮୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଗତ ୯ ମାସ ମଧ୍ୟରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ୧୯୦ ଟଙ୍କା ୫୦ ଯାଏଁ ବୃଦ୍ଧି କରାଯାଇଛି ।
ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ଟିକସ ରହିଛି , ଯେଉଁ କାରଣରୁ ଏହାର ମୂଲ୍ୟରେ ଅପ୍‌-ଡାଉନ୍‌ ହେଉଛି । ବର୍ତ୍ତମାନ କେନ୍ଦ୍ର ସରକାର ଗ୍ରାହକଙ୍କୁ ଗୋଟିଏ ବର୍ଷରେ ୧୨ଟି ଘରୋଇ ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି । ଯଦି ଜଣେ ଗ୍ରାହକ ଏହାଠାରୁ ଅଧିକ ସିଲିଣ୍ଡର ନେଉଛନ୍ତି, ତେବେ ସେମାନଙ୍କୁ ବଜାର ମୂଲ୍ୟରେ କିଣିବାକୁ ପଡିବ ।

hiranchal ad1
Leave A Reply

Your email address will not be published.

twelve − 5 =