ବ୍ୟାଟିଂ କୋଚ ପଦ ପାଇଁ ଆବେଦନ କଲେ ବିକ୍ରମ, ଏନସିଏ ମୁଖ୍ୟ ହୋଇପାରନ୍ତି ଲକ୍ଷ୍ମଣ

0 90

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଥୋଡ ପୁଣି ଥରେ ଦଳରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ ବ୍ୟାଟିଂ କୋଚ୍‌ ପଦ ପାଇଁ ଗତକାଲି ଆବେଦନ କରିଛନ୍ତି । ବିକ୍ରମ କହିଛନ୍ତି ଯେ ଯଦି ତାଙ୍କୁ ପୁନର୍ବାର ସୁଯୋଗ ମିଳେ ତେବେ ସେ ନିଶ୍ଚିତ ଭାବେ ଟିମ୍‌ ଇଣ୍ଡିଆ ସହିତ କାମ କରିବାକୁ ପସନ୍ଦ କରିବେ । ଭର୍ଚ୍ୟୁଆଲ୍‌ ପ୍ରି-ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ବିକ୍ରମ କହିଛନ୍ତି ଯେ ଭାରତୀୟ ଦଳ ସହ କାମ କରିବାର ଅଭିଜ୍ଞତା ବହୁତ ଭଲ, ବହୁତ କିଛି ଶିଖିଛି । ଭାରତୀୟ ଦଳର ଖେଳାଳିଙ୍କ ବିଷୟରେ ସେ କହିଛନ୍ତି ଯେ ଏହି ଦଳର ଖେଳାଳିମାନେ ବହୁତ ଦକ୍ଷ ଏବଂ ଶକ୍ତିଶାଳୀ ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଅକ୍ଟୋବର ୨୬ ରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି । ସେହିପରି ଏନସିଏ ମୁଖ୍ୟ ପଦ ପାଇଁ ଭିଭିଏସ୍‌ ଲକ୍ଷ୍ମଣଙ୍କ ନାମ ଚର୍ଚ୍ଚାରେ ରହିଥିବା ଜଣେ ଅଧିକାରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଅକ୍ଟୋବର ୧୭ ରେ ବିସିସିଆଇ ହେଡ୍‌ କୋଚ୍‌, ବୋଲିଂ କୋଚ୍‌, ବ୍ୟାଟିଂ କୋଚ୍‌ ଏବଂ ଫିଲ୍ଡିଂ କୋଚ୍‌ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ କୋଚ୍‌ ପାଇଁ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୩ ସଂଧ୍ୟା ୫ ଟା ।

hiranchal ad1
Leave A Reply

Your email address will not be published.

fourteen + 18 =