ସମ୍ବଲପୁର ମଣ୍ଡଳର ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ ଆୟୋଜିତ

0 107

ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜନ କରାଯାଉଅଛି । ସମ୍ବଲପୁର ମଣ୍ଡଳର ସମସ୍ତ ବିଭାଗକୁ ବିଭିନ୍ନ ଦିନ ଗୁଡିକରେ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜନ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଅଛି ।
୧୧ ସେପ୍ଟେମ୍ବର ୨୦୨୦ରେ ସମ୍ବଲପୁର ମଣ୍ଡଳର ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ ଆୟୋଜନ କରାଯାଇଥିଲା । ଏହି ରନରେ ମଣ୍ଡଳ ରେଳପ୍ରବନ୍ଧକ ପ୍ରଦୀପ କୁମାର, ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁରରର ଅଧ୍ୟକ୍ଷା, ଶ୍ରୀମତୀ ଉଷା ମଲିକ, ଉପାଧ୍ୟକ୍ଷା, ଶ୍ରୀମତୀ ସ୍ୱର୍ଣ୍ଣଲତା ପାତ୍ରୃଡୁ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଏଲଭି ଏସ୍ ଏସ ପାତ୍ରୁଡୁ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ବହୁ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ ରନ ରେଳବାଇ ଷ୍ଟାଡିୟମରୁ ବାହାରି ସମ୍ବଲପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲା । ସାମାଜିକ ଦୂରତା ବଜାୟ ରଖି ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

one × 2 =