ସୁବର୍ଣ୍ଣପୁର ହରଗୌରୀ ଯାତ୍ରାର ପ୍ରମୁଖ ଆକର୍ଷଣ ହର ନିମନ୍ତ୍ରଣ ଅନୁଷ୍ଠିତ

0 77

ସୁବର୍ଣ୍ଣପୁର: ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ପାଇଁ ଆଜି ହରଙ୍କୁ ନିମନ୍ତ୍ରଣ କରିଆଣି ଗତ ଦିନକ ପୂର୍ବରୁ ପୂଜାମଣ୍ଡପରେ ବିଜେ କରିଥିବା ଗୌରୀଙ୍କ ପାର୍ଶ୍ୱରେ ଉପବିଷ୍ଟ କରିବା ପରେ ଏବେ ହରଗୌରୀଙ୍କର ଯୁଗଳ ମୂର୍ତ୍ତି ଦର୍ଶନ କରି ଭକ୍ତ ବିଭୋର ହୋଇଛନ୍ତି । ଆଜି ସନ୍ଧ୍ୟାରେ ସହରର ବିଶିଷ୍ଟ ମୂର୍ତ୍ତିକାର ଗୋଲେଖ ନାଥ ସାହୁଙ୍କ ବାସଭବନରୁ ହରଙ୍କୁ ଆଜି ଏକ ବିବାହିତ ମହିଳା ଚନ୍ଦ୍ରାବତୀ ପାତ୍ର ମୁଣ୍ଡରେ ଧାରଣକରି ପଡାର ଅନେକ ମହିଳାଙ୍କ ଗହଣରେ ଏକ ପଟୁଆରରେ ପୂଜାମଣ୍ଡପକୁ ବିଜେ କରିଥିଲେ । ଆସିବାବେଳେ ରାସ୍ତାରେ ଅନେକ ଶ୍ରଦ୍ଧାଳୁ ନିଜନିଜର ଦ୍ୱାର ସାମ୍ନାରେ ଜାଗର ଜାଳି ଭଗବାନ ହରଙ୍କ ଆରାଧନା କରି ଆଶିର୍ବାଦ ଭିକ୍ଷା କରିଥିଲେ । ଏ ସମୟରେ ବିଶ୍ୱର ଜନସମାଜର ମଙ୍ଗଳ ପାଇଁ ଏକ ଖଣ୍ଡାଦ୍ୱାରା ତେଲୁଗୁ ସ୍ତୋତ୍ର ଗାନ କରାଯାଇଥାଏ । ହରଙ୍କ ଅନ୍ୟ ଏକ ନାମ ହେଲା ଏରଭାଦୃଡୁ ସ୍ୱାମୀ । ସେ ଆସିବା ବେଳେ ମାଁକାଳୀଙ୍କ ବେଶରେ ତାଙ୍କର ବାଟ ଓଗାଳି ନୃତ୍ୟ କରୁଥିବା ମଧ୍ୟ ଦେଖାଯାଇଥିଲା । ପରେ ସ୍ୱୟଂ ହର ପୂଜାମଣ୍ଡପରେ ଗୌରୀଙ୍କ ପାର୍ଶ୍ୱରେ ଉପବିଷ୍ଟ ହୋଇ ପୂଜାପାଇଥିଲେ । ପରବର୍ତ୍ତୀ ସାତ ଦିନ ପର୍ଯ୍ୟନ୍ତ କୋଭିଡ଼ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ ହରଗୌରୀଙ୍କୁ ପାରମ୍ପରିକ ପୂଜାର୍ଚ୍ଚନା କରାଯିବ ।

hiranchal ad1
Leave A Reply

Your email address will not be published.

thirteen − five =