ଭୁବନେଶ୍ୱର : ଡିସେମ୍ବରରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । କିନ୍ତୁ ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି ।ତେବେ ସୋମବାର ବସିଥିବା ସର୍ବଦଳୀୟ ବୈଠକ ଆରମ୍ଭରୁ ଉଠିଗଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପି ତାର ହକ ଦିଆଯାଉ ନଥିବା ଅଭିଯୋଗ ଆଣିଲେ ବିଷ୍ଣୁ ସେଠି । ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପନେତା ଉପସ୍ଥିତ ରହୁଥିଲେ । କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତାଙ୍କ କାରଣରୁ ବିରୋଧୀ ଦଳ ଉପ ନେତା ଉପସ୍ଥିତ ରହି ପାରିବେ ବୋଲି କୁହାଯାଇଛି । ଏହା ବାଦ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ଦାବି କରିଥିଲା ବିଜେପି । ଗତ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିବା ସତେ ଏଥର ଏହାକୁ ବାଚସ୍ପତି ଆଗ୍ରହ୍ୟ କରି ଦେବାରୁ ବୈଠକକୁ ବୟକଟ କରିଛି ଦଳ ।