ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା

0 133

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଏ ସଂପର୍କରେ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି, ତେବେ ମୋର ସ୍ୱାସ୍ଥ୍ୟ କିଛି ପରିବର୍ତ୍ତନ ଆସିନାହିଁ । କିନ୍ତୁ ଯେଉଁମାନେ ମୋର ସଂପର୍କରେ ଆସିଛନ୍ତି ସେମାନେ କୋଭିଡ ଟେଷ୍ଟ କରନ୍ତୁ ଓ ଆବଶ୍ୟକ ହେଲେ ଆଇସୋଲେସନରେ ରହୁନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ଏପର୍ଯ୍ୟନ୍ତ ରାଜ୍ୟର ୫ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବରଗଡ ସାଂସଦ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଇତି ମଧ୍ୟରେ ସୁସ୍ଥ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × four =