ନିରାଡ଼ମ୍ବର ଭାବେ ପାଳନ ହେଉଛି ଜନ୍ମାଷ୍ଟମୀ, ଚକାପାଦ ଓ ଜଲେଶପଟ୍ଟା ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0 116

ବାଲିଗୁଡ଼ା:ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଜନ୍ମମାଷ୍ଟମୀ ପାଳନ ପାଇଁ ସାରା ଓଡିଶା ଉତ୍ସବ ମୁଖର । କିନ୍ତୁ ଜନ୍ମାଷ୍ଟମୀ ଆସିଲେ କନ୍ଧମାଳ ଜିଲ୍ଲା ହୋଇଥାଏ ଅଧିକ ଚଳଚଞ୍ଚଳ । ୨୦୦୮ ମସିହା ଆଜିର ଦିନରେ ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ପାଳନ ହେଉଥିବା ବେଳେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଆତତାଇମାନେ ଗୁଳି କରି ହତ୍ୟା କରିଥିଲେ । ସେହି ଦିନଠାରୁ କନ୍ଧମାଳ ଜିଲ୍ଲାର ଚକାପାଦ ଏବଂ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ଜନ୍ମାଷ୍ଟମୀ ଦିନରେ ପାଳନ କରୁଛି ବଳିଦାନ ଦିବସ । ୨୦୦୮ ମସିହା ଆଜିର ଦିନରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ପାଞ୍ଚ ଜଣକୁ ଜଲେଶପଟା ଆଶ୍ରମ ମଧ୍ୟରେ ଆତତାଇମାନେ ଗୁଳି କରି ହତ୍ୟା କରିଥିଲେ । ତେବେ ଏହି ବଳିଦାନ ଦିବସକୁ କରୋନା କଟକଣା ମଧ୍ୟରେ ପାଳନ କରୁଛି ଦୁଇ ଆଶ୍ରମ । ସକାଳୁ ସକାଳୁ ଆଶ୍ରମ ପରିସର ଚଳଚଞ୍ଚଳ ହୋଇଥିବା ବେଳେ କଳସ ଯାତ୍ରା , ନାମଯଜ୍ଞ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଜଲେଶପଟ୍ଟା ଆଶ୍ରମରେ ଜଣେ ଡେପୁଟି କମାଣ୍ଡାଣ୍ଟ, ଜଣେ ଡିଏସପି, ତୁମୁଡ଼ିବନ୍ଧ ଥାନା ଅଧିକାରୀ, ଗୋଟିଏ ପ୍ଲାଟୁନ ଫୋର୍ସ ସମେତ ଥାନା କର୍ମଚାରୀ ଆଶ୍ରମ ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ।

hiranchal ad1
Leave A Reply

Your email address will not be published.

two × 4 =