ପାଣି ପାଇଁ ରାସ୍ତାରେ ହାଣ୍ଡି ମାଠିଆ ରଖି ଆନ୍ଦୋଳନ

0 161

ଫୁଲବାଣୀ: ସରକାରଙ୍କର ବସୁଧା ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ଏଥିରୁ ସ୍ପଷ୍ଟ ବାରି ହେଉଛି । ବାରମ୍ବାର ଗୁହାରୀ କରି କରି ପିଇବା ପାଣି ମୁନ୍ଦିଏ ମିଳିଲାନି ଠିକ ସମୟରେ । କେତେ ଆଉ ଗୁହାରୀ କରନ୍ତେ । ଶେଷରେ ବାଧ୍ୟ ହୋଇ ଗୁରୁବାର ସକାଳୁ ସକାଳୁ ଗରା, ମାଠିଆ,ବାଲଟି ରଖି ଫୁଲବାଣୀରୁ ଭୁବନେଶ୍ୱର ଯିବା ରାସ୍ତାର ସାଲୁଙ୍କି ହୋଟେଲ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଗମନାଗମନ ୧ଘଣ୍ଟାରୁ ଉର୍ଦ୍ଧ୍ୱ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ଟାଉନଥାନା ପୋଲିସ, ସହରାଞ୍ଚଳ ଜନ ସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ପ୍ରମୁଖଙ୍କ ସମେତ ତହସିଲଦାର, ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ବିଭାଗ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳ ନିୟମିତ ଆସୁନି । ଦିନେ ଆସିଲେ ୪ ଦିନ ବନ୍ଦ । ନଳକୁପ ମଧ୍ୟ ଅଚଳ, ଫଳରେ ପିଇବା ପାଣି ପାଇଁ ପେଞ୍ଜିସାହି ସ୍କୁଲ ନିକଟ, ଅରବିନ୍ଦ ନଗର, ଏଫସିଆଇ ନିକଟରେ ରହୁଥିବା କଲୋନୀ ବାସିନ୍ଦା ସବୁବେଳେ ଜଳକଷ୍ଟ ଭୋଗୁଛନ୍ତି । ଦାୟୀତ୍ୱରେ ଥିବା ମହିଳା ଯତ୍ନୀ କିଛି ଜାଣୁ ନଥିବାବେଳେ ସହକାରୀ ଯନ୍ତ୍ରୀ ଜଣଙ୍କ ଦୀର୍ଘବର୍ଷ ଧରି ରହି ଦୁ୍‌ର୍ନୀତି ଅନିୟମିତତାରେ ଲିପ୍ତ ରହିଥିବା ଓ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀମାନେ । ତୁରନ୍ତ ଏହି ଦୁଇ ଯନ୍ତ୍ରୀଙ୍କୁ ଏଠାରୁ ବଦଳି କରିବାକୁ ଦାବି କରିଛନ୍ତି ଲୋକେ । ଅରବିନ୍ଦ ନଗରର ବାସିନ୍ଦା ତଥା ଆଇନଜୀବି ସତ୍ୟ ନାରାୟଣ ବେହେରା,ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବେହେରା ମଧ୍ୟ ବର୍ଷା, ଖରା ଓ ଶୀତ ସବୁ ସମୟରେ ଏପରି ଜଳ କଷ୍ଟ ଭୋଗୁଛୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

7 + sixteen =