ସମ୍ବଲପୁର ଜିଲ୍ଲାରେ ଆଜି ୫ନୂଆ ପଜିଟିଭ ଚିହ୍ନଟ

0 76

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆଜି ୫ଟା ନୂଆ ପଜିଟିଭ ମାମଲା ସହିତ ମୋଟ ସଂଖ୍ୟା ୨୩ରେ ପହଞ୍ଚିଲା । ଇତିମଧ୍ୟରେ ୧୮ଜଣ ସୁସ୍ଥହୋଇ ଘରକୁ ଫେରିବା ସହିତ ଆଉ ୭ଜଣ ଚିକିତ୍ସାରେ ରହିଛନ୍ତି । ଆଜିର ୫ଟି ନୂଆ ମାମଲା ମଧ୍ୟରୁ ଜଣେ ୨୧ବର୍ଷୀୟା ମହିଳା ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ହୋମ ଆଇସୋଲେଶନରେ ଥିବାରୁ, ଏହାକୁ ନେଇ ଏଠାରେ ସବୁଆଡେ ହଇଚଇ ଦେଖାଦେଇଛି । ସେ ଗତ ୩ଜୁନରେ ଋଷିଆରୁ ଫେରି ନିଜ ଘରେ ହୋମ ଆଇସୋଲେଶନରେ ଥିଲେ ଓ ତାଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା, କିନ୍ତୁ ସ୍ୱାବ ପରୀକ୍ଷା ପଜିଟିଭ ବାହାରିବାରୁ ତାଙ୍କୁ ଆଜି ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜିର ବାକି ୪ଟି ମାମଲା ମଧ୍ୟରୁ ଦୁଇଟି ବାମରା ବ୍ଲକ ଅନ୍ତର୍ଗତ କେଶେଇବାହାଲ ଡିଗ୍ରୀ କଲେଜ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଜଣେ ୨୦ବର୍ଷୀୟ ପୁରୁଷ, ଯିଏ ଗତ ୨ଜୁନ ଦିନ ଗୁଜରାଟରୁ ଓ ଅନ୍ୟ ଜଣକ ୩୨ ବର୍ଷୀୟ ପୁରୁଷ, ଯିଏ ୧ଜୁନ ମହାରାଷ୍ଟ୍ରରୁ ଆସି ସେଠାରେ ରହୁଥିଲେ । ସେହିପରି ବାକି ଦୁଇଟି ମାମଲା ରେଢାଖୋଲ ବ୍ଲକରେ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ପୁରୁଷ (୪୧) ଗତ ୩୧ ମେ ରେ ଗୁଜରାଟରୁ ଆସି ଶୁଣ୍ଢିମୁଣ୍ଡା କନ୍ୟାଶ୍ରମରେ ରହୁଥିଲେ । ଅନ୍ୟ ଜଣକ ପୁରୁଷ (୧୮) ସେଠାକାର କୁକୁଡାବାହାଲି କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିଲେ । ସୌଭାଗ୍ୟକୁ ଆଜିର ଏହି ୫ଟି ଯାକ ମାମଲାରେ କାହାରି ଦେହରେ କରୋନାର କୌଣସି ଲକ୍ଷଣ ଦେଖା ଯାଇନାହିଁ ଓ ସେମାନଙ୍କ ସ୍ୱାବ ପରୀକ୍ଷା ପଜିଟିଭ ବାହାରି ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ସେମାନଙ୍କ ବିସ୍ତୃତ ସମ୍ପର୍କ ସୂଚୀ ମଧ୍ୟ ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

10 + 3 =