୫୦ ପରିବାରଙ୍କୁ ଆବାସ ଯୋଜନା ସାତସପନ: ୧୦ ବର୍ଷ ହେଲା ସମ୍ବରକଟା ଗାଁକୁ ଗୋଟିଏ ବି ମିଳିନି ଆବାସ ଯୋଜନା

0 91

ବୌଦ୍ଧ( ଚିତରଂଜନ ସିଂ) :ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁପକ୍କାଘର ହେଉ ଏସବୁ କଣ ତାହା ଜାଣନ୍ତି ନାହି ଗ୍ରାମବାସି । ଫଳରେ ଆଜକୁ ୧୦ ବର୍ଷ ହେଲା ଗ୍ରାମର ସମସ୍ଥ ହିତାଧିକାରିଙ୍କୁ ମିଳିନି ଆବାସ ଘର । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଂଚାୟତ ସମ୍ବରକଟା ଗ୍ରାମରେ । ଉକ୍ତ ଗ୍ରାମଟି ସରକାରଙ୍କ ଏସ୍ସିସି ତାଲିକାରେ ଅନ୍ତଭୁକ୍ତ ନଥିବାରୁ ବସବାସ କରୁଥିବା ୫୦ ରୁ ଉର୍ଧ ପରିବାର ଆବାସ ଯୋଜନାରୁ ବଂଚିତ ଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଗ୍ରାମବାସି ପକ୍ଷରୁ ବହୁଥର ସ୍ଥାନିୟ ପଂଚାୟତ କତୃପକ୍ଷଙ୍କ ଠୁ ଆରମ୍ବକରି ବ୍ଲକପ୍ରଶାସନ,ପ୍ରକଳ୍ପନିର୍ଦେଶକ, ଜିଲ୍ଲାପାଳଙ୍କୁ ଲିଖିତଭାବେ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ହୋଇନଥିଲା । ପରବର୍ତ୍ତି ସମୟରେ  ସୁଚନାଅଧିକାର ଆଇନ୍ ର ଆଶ୍ରୟ ନିଆଯାଇଥିଲେ ମଧ୍ୟ୍ୟ କୌଣସି ସନ୍ତୋଷ ଜନକ ଉତର ମିଳିନଥିଲା ବୋଲି ଗ୍ରାମବାସିଙ୍କ ଭିତରେ ଅଭିଯୋଗ ହେଉଛି । ତେଣୁ ୧୦ ବର୍ଷ ହେଲା ସରକାରଙ୍କ ଆବାସ ଯୋଜନା ରୁ ସମସ୍ଥ ଗ୍ରାମବାସି ବାଦ୍ ପଡିବାସହ ଆବାସ ଯୋଜନା କଣ ତାଙ୍କ ପାଇଁଁ ସାତସପନ ହୋଇଛି । ଏସଂପର୍କରେ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରାଙ୍କ କୌଣସୀ ମତାମତ ମିଳିପାରିନଥିବାବେଳେ ତୁରନ୍ତ ଗ୍ରାମକୁ ସରକାରଙ୍କ ଏସ୍ସିସି ତାଲିକା ଅନ୍ତଭୁକ୍ତ କରି ଆବାସ ଘର ଯୋଗାଇ ଦେବାକୁ ଗ୍ରାମର ପ୍ରମିଲ୍ କୁମାର ଦନ୍ତାଁ,ଶ୍ରୀ ବନ୍ତ ନାଏକ,କୁଶ ଦନ୍ତା,ସତ୍ୟଜିତ୍ ନାଏକ,ଅନନ୍ତ ନାଏକ,ତ୍ରିଲୋକନାଥ ମହାକୁଡ,ଅରୁଣ ଦେହୁରୀ,ବୃନ୍ଦାବତି ନାଏକ,ସଂଯୁକ୍ତା ଦେହୁରୀ,ଆଶିଷ୍ ଦେହୁରୀ,ରମେଶ ଦନ୍ତା ପ୍ରମୁଖ ଗ୍ରାମବାସି ଦାବି କରଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − seven =