ଗଜପତି ଜିଲ୍ଲାରେ 4 ଟି କୋରନା ପଜିଟିଭକୁ ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ

0 121

ଗଜପତି ଜିଲ୍ଲା ଦୀର୍ଘଦିନ ହେଲା ଗ୍ରୀନ ଜୋନ ଥିବା ବେଳେ ଶନିବାରେ 4ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡ଼ିଓ ଜରିଆରେ ଜିଲ୍ଲାବାସୀଙ୍କୁ ସୂଚନା ଦେଇଛନ୍ତି।ସ୍ୟାମ୍ପୁଲ ସ୍ୱାବ ସଂଗ୍ରହ କରି ଟେଷ୍ଟଟିଙ୍ଗ ପାଇଁ ପଠାଯାଇଥିଲା ସେଥିରୁ ମଧ୍ୟରୁ 4ଟି ପଜିଟିଭ ରିପୋର୍ଟ ଆସିଛି। କାଶୀ ନଗର ବ୍ଳକର ଶିଆଳି ପଞ୍ଚାୟତର ମନ୍ତ୍ରୀଗୁଡା ଗ୍ରାମର ଜଣେବ୍ୟକ୍ତି 50 ବର୍ଷ । ସେ ଆନ୍ଧ୍ରପ୍ରଦେଶର ନେଲୁରରୁ ଆସିଥିଲେ ।ସେ 16ମାର୍ଚ୍ଚରୁ 30ମାର୍ଚ୍ଚପର୍ଯ୍ୟନ୍ତ ହୋମକ୍ୟାରେଣ୍ଟ।ଇନରେ ଥିଲେ ତାଙ୍କର ସ୍ୱାବ ଟେଷ୍ଟଟିଙ୍ଗ ପାଇଁ ପଠା ଯାଇଥିଲା।ତାଙ୍କର ରିପୋର୍ଟ ପଜିଟିଭ ଆସିବାରୁ ଆର. ସୀତାପୁର ଠାରେ ଥିବା କୋଭିଡ଼ି ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ଦ୍ଵିତୀୟ ପଜିଟିଭ ହେଉଛି ଗୋଶାଣୀବ୍ଳକର ତାଟିପେଟି ଗ୍ରାମପଞ୍ଚାୟତର ତାଟିପେଟି ଗ୍ରାମର 36 ବର୍ଷୀୟ ବ୍ୟକ୍ତି ସେ ଓଡ଼ିଶା ଓ ଆନ୍ଧ୍ର ରେ ଟେକ୍ସି ଚଲାଉ ଥିଲେ। 30 ଏପ୍ରିଲ ରୁ14ମେ ପର୍ଯ୍ୟନ୍ତ ହୋମକ୍ୱାରେଣ୍ଟ।ଇନରେ ଥିଲେ ।ତାଙ୍କର ସ୍ୱାବ ସଂଗ୍ରହ କରି ଟେଷ୍ଟଟିଙ୍ଗ ପାଇଁ ପଠାଯାଇଥିଲାତାଙ୍କର ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କୁ ଆର.ସୀତାପୁର ଠାରେ ଥିବା କୋଭିଡ଼ି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।ତୃତୀୟ ପଜିଟିଭ ଗୁମ୍ମା ବ୍ଳକ କୁଜାସିଂ ଗ୍ରାମ ପଞ୍ଚାୟତର ଜଗନ୍ନାଥ ପୁର ଗ୍ରାମର 45 ବର୍ଷୀୟ ଜଣେ ବ୍ୟକ୍ତିଥଣ୍ଡା,କାଶ,ଜ୍ୱର ହେବାରୁ ସେ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ସେଠାରୁ ତାଙ୍କର ସ୍ୱାବ ନେଇ ପରୀକ୍ଷା ପାଇଁ ପଠା ଯାଇଥିଲା।ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଆର.ସୀତାପୁର ଠାରେ ଥିବା କୋଭିଡ଼ି ହସ୍ପିଟାଲକୁ ପଠାଇ ଦିଆଯାଇଛି।ଚତୁର୍ଥ ପଜିଟିଭ ବ୍ୟକ୍ତି 35 ବର୍ଷୀୟ ସେ ଗୁମ୍ମା ବ୍ଳକର ବାଇଝାଲ ପଞ୍ଚାୟତର ଆଶ୍ରୟଗଡ଼ ଗ୍ରାମର ସେ କିଛିଦିନ ପୂର୍ବରୁ ମୁମ୍ବାଇ ରୁ ଫେରି ଥିଲେ। ତାଙ୍କୁ କେଶିପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇ ଥିଲା।ସେଠାରୁ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ପଠା ଯାଇ ଥିଲା ସେଠାରୁ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଆର. ସୀତାପୁରରେ ଥିବା କୋଭିଡି ହସ୍ପିଟାଲକୁ ପଠାଇ ଦିଆଯାଇଛି ଏମାନଙ୍କ ସହ ସଂପର୍କ ରେ ଆସିଥିବା 7 ଜଣ ଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ଆୟୋସୋଲେସନ ୱାଡ଼ରେ ରଖା ଯାଇଛି ବୋଲି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।ଏହି ସମସ୍ତ ଅଞ୍ଚଳକୁ କଣ୍ଟେଟମେଣ୍ଟ ଜୋନ କରାଯାଇଛି ବୋଲି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

ten + 19 =