୧୪୭ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲା ଗୋଚ୍ଛାପଡା ପୋଲିସ

0 207

ଫୁଲବାଣୀ: ଗୋଚ୍ଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଜାମଝରି ଗ୍ରାମ ପଞ୍ଚାୟତର କୁଦାଲି ଓ କଟ୍ରିଙ୍ଗିଆ ଗ୍ରାମ ପଞ୍ଚାୟତର ପାଲଚି ଗ୍ରାମ ଦ୍ୱୟ ରାଜସ୍ୱ ଜଙ୍ଗଲ ରେ ବେଆଇନ ଭାବରେ ୧୪୭ ଏକର ଜାଗାରେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି । କାଟି ପୋଡି ନଷ୍ଟ କାରାଯାଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୧୪ କୋଟି ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଉକ୍ତ ଗଞ୍ଜେଇ କଟା କାର୍ଯ୍ୟକ୍ରମରେ ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ, ଅବକାରୀ ଷ୍ଟାଫ, ପୋଲିସ ଷ୍ଟାଫ, ଏବଂ ଗଞ୍ଜେଇ କଟା କାର୍ଯ୍ୟକ୍ରମରେ ନିୟୋଜିତ ଶ୍ରମିକ ଯୋଗ ଦେଇଥିଲେ । ଗୋଚ୍ଛାପଡା ଥାନା କେସ ନଂ ୧୧୮/୨୦୨୧ ବେଆଇନ ଗଞ୍ଜେଇ ଚାଷ ଜନିତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଗୋଚ୍ଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

16 − ten =