ପୁରୀ : ଆସନ୍ତାକାଲି ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ । ଏଥିପାଇଁ ଦିନ ୪ ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ସମ୍ପନ୍ନ ହେବ । ଶ୍ରୀବିଗ୍ରହଙ୍କ ଏହା ଏକ ଗୁପ୍ତ ନୀତି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ସେବା ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହେ ।