୫-ଟିରେ ସାମିଲ୍‌ ପରେ ବି ବିଦ୍ୟାଳୟର ହୋଇପାରୁନି ରୂପାନ୍ତରିତ କାର୍ଯ୍ୟ

0 286

ଦଶପଲ୍ଲା : ଆନ୍ତରିକତା ଅଭାବରୁ ହୋଇପାରୁନାହିଁ ୫-ଟି ମାଧ୍ୟମରେ ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟ । ତୃତୀୟ ପର୍ଯ୍ୟାୟରେ ଦଶପଲ୍ଲା ବ୍ଲକର ଟାକରା ଉଚ୍ଚ ବିଦ୍ୟାଳୟ, ତୁମାଣ୍ଡି ଉଚ୍ଚ ବିଦ୍ୟାଳୟ, ବୁଗୁଡା ବାଳିକା ଉଚ୍ଚ ବିଦ୍ୟାଳୟ, ବାଣୀଗୋଛା ଉଚ୍ଚ ବିଦ୍ୟାଳୟ ସମେତ ୬ଟି ଉଚ୍ଚ ବିଦ୍ୟାଳୟ ଓ ଏନଏସିର ୪ଟି ଉଚ୍ଚ ବିଦ୍ୟାଳୟ ଏହିଭଳି ୧୦ଟି ଉଚ୍ଚ ବିଦ୍ୟାଳୟ ୫–ଟି ଯୋଜନାରେ ସାମିଲ ହୋଇଛି । ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ପାଇଁ ଇତି ମଧ୍ୟରେ ଏସବୁ ହାଇସ୍କୁଲ ଗୁଡିକୁ ମିଳିବାକୁ ଥିବା ୪୫ଲକ୍ଷ ଟଙ୍କା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୫ ଲକ୍ଷ ପ୍ରଦାନ କରାଯାଇଛି । ଏହି ଅର୍ଥ ବିଦ୍ୟାଳୟର ମୋ ସ୍କୁଲ ଆକାଉଣ୍ଟରେ ରହିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ଜଣାପଡିଛି । ଏହି ଅନୁଦାନରେ ସ୍ମାର୍ଟ କ୍ଳାସରୁମ, ଇ –ଲାଇବ୍ରେରୀ, ଅତ୍ୟାଧୁନିକ ଲାବୋରେଟୋରୀ ଆଦି ନିର୍ମାଣ କରାଯିବା କଥା । ଏ ସମ୍ପର୍କରେ ଜନୈକ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କହିଲେ ସରକାର କେବେ କାର୍ଯ୍ୟ ଆରମ୍ଭ କରିବେ ଆମେ ଏ ବିଷୟରେ କହିପାରିବୁ ନାହିଁ । ତେବେ ଆଗକୁ ବଡଦିନ ଛୁଟି ରହିଥିବାବେଳେ କାର୍ଯ୍ୟ କେବେ ଆରମ୍ଭ ହେବ ଆଉ କେବେ ସରିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।

hiranchal ad1
Leave A Reply

Your email address will not be published.

20 − 8 =