ନିଜ ଜିଲ୍ଲାକୁ ପହଞ୍ଚି ପାରିଲେନି ପ୍ରବାସୀ ଶ୍ରମିକ

0 975

ବୌଦ୍ଧ:ସୁଦୂର ଆନ୍ଧ୍ରରୁ ଓଡିଶାକୁ ସିନା ଫେରିପାରିଲେ ହେଲେ ନିଜ ଜିଲ୍ଲା ବୌଦ୍ଧ ସୀମାନ୍ତ ନୟାଗଡ ଜିଲ୍ଲା ଟାକରା ଗ୍ରାମରୁ ଆସିପାରୁନାହାନ୍ତି ନିଜ ଜନ୍ମମାଟିକୁ । ଏଭଳି ସମସ୍ୟାରେ ଟାକରା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ତିରଡ ଗ୍ରାମର ପ୍ରଶାନ୍ତ ବେହେରା (୨୨ବର୍ଷ) । ମିଳିଥିବା ସୂଚନା ଅନୁଯାୟୀ କଟକ, ନୟାଗଡ ଜିଲ୍ଲାର କିଛି ଶ୍ରମିକଙ୍କ ସହିତ ଏକ ବସଭଡା କରି ବ୍ରହ୍ମପୁର-କଟକ ଦେଇ ନୟାଗଡ ଜିଲ୍ଲା ଗଣିଆଁ ଯାଏଁ ଆସିଥିଲେ ପ୍ରଶାନ୍ତ । ସେଠାରୁ ଗଣିଆ ପୁଲିସ ତାଙ୍କୁ ବୌଦ୍ଧ-ନୟାଗଡ ଜିଲ୍ଲା ଟାକରା ଠାରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲା । ହରଭଙ୍ଗା ବ୍ଲକର କୌଣସି ସଙ୍ଗରୋଧ କେନ୍ଦ୍ରକୁ ତାଙ୍କୁ ଆଣି ରଖିବାପାଇଁ ପରିବାରବର୍ଗ ଓ ନିଜେ ପ୍ରଶାନ୍ତ କରୋନା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଯେତେ କାକୁତିମିନତୀ ହେଲେ ମଧ୍ୟ କେହି ଶୁଣୁନଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । କୁଶଙ୍ଗ ସରପଞ୍ଚ, ହରଭଙ୍ଗା ବିଡିଓ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଆଦିଙ୍କୁ ପରିବାରବର୍ଗ ଅନୁରୋଧ କରିସାରିଥିବା ଜଣାପଡିଛି ।
ମନମୁଣ୍ଡା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀଙ୍କ ପଛରେ ୭୫୦୦ ଟଙ୍କା ଖର୍ଚ୍ଚକରି ସ୍ୱତନ୍ତ୍ର ଗାଡିରେ କଟକ ଜିଲ୍ଲା ନିଆଳି ଅଞ୍ଚଳକୁ ପଠାଇ ଇତିହାସ ସୃଷ୍ଟି କରିଥିବା ଜିଲ୍ଲାପ୍ରଶାସନ ନିଜ ଜିଲ୍ଲାର ସୀମାରୁ ଜଣେ ପ୍ରବାସୀଙ୍କୁ ଆଣିବାରେ କାହିଁକି ଅବହେଳା କରୁଛି ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

hiranchal ad1
Leave A Reply

Your email address will not be published.

2 × 1 =