ଦୀପ ତଳ ଅନ୍ଧାର : ଆବାସ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ

0 1,489

hiring

ବୌଦ୍ଧ,୪/୪ – ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ1 ଠାରେ ରହିଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ବୌଦ୍ଧବ୍ଲକ୍ କାର୍ଯାଳୟ l ସେଠାରୁ ମାତ୍ର 200 ମିଟର୍ ଦୂରରେ ଥିବା ସରଣ୍ଡା ଗ୍ରାମରେ ଭଙ୍ଗା ଦଦରା ଘରେ ବାସ କରୁଥିବା ଜଣେ ଭିନ୍ନକ୍ଷମ ବ୍ୟକ୍ତି ବାରମ୍ବାର ଆବେଦନ ସତ୍ବେ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଦୃଷ୍ଟିକୁ ଆସିଛି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ1 ଗ୍ରାମ ପଞ୍ଚାୟତ ସରଣ୍ଡା ଗ୍ରାମରେ ବାସ କରନ୍ତି ଭିନ୍ନକ୍ଷମ ବ୍ୟକ୍ତି ସନତ କୁମାର୍ ପାଣିଗ୍ରାହୀ l 2010 ମସିହାରେ ତାଙ୍କ ନାମ ଗ୍ରାମ ପଞ୍ଚାୟତର ମୋ କୁଡ଼ିଆ ଯୋଜନା ହିତାଧିକାରୀ ତାଲିକାର କ୍ରମିକ ନମ୍ବର୍ 19 ରେ ରହିଥିଲା କିନ୍ତୁ ସେ ମୋ କୁଡ଼ିଆ ଘର ପାଇନଥିଲେ l ପରବର୍ତ୍ତୀ ସମୟରେ ଏସ.ଇ.ସି.ସି. ତାଲିକାରେ ତାଙ୍କ ନାମ କଟି ଯାଇଥିଲା l ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଘର ପାଇଁଁ ବୌଦ୍ଧ ବିଡିଓ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି | ତଦନ୍ତ ପାଇଁ ବିଡ଼ିଓ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ | ତାଙ୍କୁ ଘର ଯୋଗାଇଦେବାକୁ ନିର୍ବାହୀ ଅଧିକାରୀ ତଦନ୍ତ ପରେ ବିଡିଓ ଙ୍କୁ ସୁପାରିଶ ମଧ୍ୟ କରିଥିଲେ | ମାତ୍ର ଦୁଃଖର କଥା ତଦନ୍ତ ରିପୋର୍ଟ ଉପରେ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା ଜଣା ପଡିଛି l ବାରମ୍ବାର ବ୍ଲକ୍ ଓ ଗ୍ରାମ ପଞ୍ଚାୟତକୁ ଦଉଡ଼ି ଦଉଡି ନୟାନ୍ତ ହୋଇ ଆବାସ ଯୋଜନା ଘର ପାଇବା ଆଶା ମରି ଗଲାଣି l ଜଣେ ଭିନ୍ନକ୍ଷମ, ଗରିବ ଓ ପକ୍କାଘର ନଥିବା ବ୍ୟକ୍ତି ବାରମ୍ବାର ଅଭିଯୋଗ ସତ୍ବେ ତାଙ୍କୁ ଘର ନ ମିଳିବା ପ୍ରଶାସନିକ ସ୍ବଚ୍ଛତାର ବିଡ଼ମ୍ବନା ବୋଲି ଜନସାଧାରଣରେ ଆଲୋଚନା ହେଉଛି | ତୁରନ୍ତ ଭିନ୍ନକ୍ଷମ ପରିବାରକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରାଯିବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

eleven + three =